ବାସୁଦେବପୁର – ଭଦ୍ରକ ଜିଲ୍ଲା ର ବାସୁଦେବପୁରର ସ୍ଥାନୀୟ ନୀଳମଣି ଟାଉନ ହଲ ପରିସରରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକାରୀଙ୍କ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲାପାଳ ଶ୍ରୀ ଦିଲିପ ରାଉତ ରାଏ ଙ୍କ ସହିତ ଆରକ୍ଷୀ ଅଧିକାରୀ ଶ୍ରୀ ମନୋଜ ରାଉତ,ବିଧାୟକ ଅଶୋକ ଦାସ,ମୂଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଶୁଭେନ୍ଦ୍ର ସାମଲ, ଉପ ଜିଲ୍ଲାପାଳ ଶ୍ରୀ ସୌରଭ ଚକ୍ରବର୍ତ୍ତୀ , ସି ଡି ଏମ ଓ,ଶ୍ରୀମତୀ ତନ୍ମିତା କର,ଗୋଷ୍ଟି ଉନ୍ନୟନ ଅଧିକାରିଣୀ ବାସୁଦେବପୁର, ଶ୍ରୀ ସୁଧାଂଶୁ ଶେଖର ସ୍ୱାଇଁ କାର୍ଯ୍ୟନିର୍ବାହୀ ଅଧିକାରୀ ପୌର ପରିଷଦ, ତହସିଲଦାର, ବାସୁଦେବପୁର ଅନ୍ୟ ବିଭାଗର ଅଧିକାରୀ ମାନେ ଯୋଗଦେଇଥିଲେ। ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଦାଖଲ ହୋଇଥିବା ଅଭିଯୋଗ ପତ୍ରକୁ ସମାଧାନ ପାଇଁ ପଦକ୍ଷେପ ନେଇଥିଲେ।
ଆଜିର ଜନଶୁଣାଣୀ ଶିବିରରେ ମୋଟ ୧୦୩ ଆବେଦନ ପତ୍ର ଦାଖଲ ହୋଇଥିଲା। ସେଥିରୁ ୮୩ ଟି ବ୍ୟକ୍ତିଗତ ଥିଲାବେଳେ , ୧୭ଟି ସାମୁହିକ ଥିଲା। ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି ରୁ ୧ ଜଣଙ୍କୁ ୨୦୦୦୦ ଟଙ୍କା ଓ ରେଡକ୍ରସ ରୁ ୨ ଜଣଙ୍କୁ ୨୨୫୦୦ ଟଙ୍କା ମୋଟ ୪୨୫୦୦ଟଙ୍କା ପ୍ରଦାନ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.