ବିଜେପୁର :-ବରଗଡ ଜ଼ିଲ୍ଲା ବିଜେପୁର ବ୍ଳକ ତାଳପଦର ହାଇସ୍କୁଲ ପଡ଼ିଆଠାରେ ଉତ୍ତାଲଗଡ଼ ସ୍ପୋଟିଂ ପକ୍ଷରୁ ଚାଲିଥିବା ରାତ୍ରିକାଳୀନ ଭଲିବଲ ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି। ଏଥିରେ ଦହିଗାଁ, ଘନାମାଲ, ବାବୁପାଲି, ଟାଲ, ତାଳପଦର, ଉତ୍ତାଲଗଡ଼ ପ୍ରମୁଖ ଦଳ ଅଂଶ ଗ୍ରହଣ କରିଥିଲେ। ତାଳପଦର ଓ ଦହିଗାଁ ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା ଏଥିରେ ୨-୧ ସେଟ୍ରେ ତାଳପଦର ଦଳ ବିଜୟୀ ହୋଇଥିଲା। ଖେଳ ଶିକ୍ଷକ ହୃଦମଣି ସାହୁ ଓ ବିଶ୍ଵନାଥ ସାହୁ ଖେଳ ପରିଚାଳନା କରିଥିଲେ | ଅତିଥି ଭାବରେ ଅବସରପ୍ରାପ୍ତ ଶିକ୍ଷକ ସୋମନାଥ ପ୍ରଧାନ, ସୁଶାନ୍ତ ମିଶ୍ର, ନବୀନ ପଧାନ, ପପଟଲାଲ ଭୋଇ,
ବାସୁଦେବ ପଧାନ, ସର୍ଜନ ପ୍ରଧାନ, ପ୍ରଶାନ୍ତ ପଧାନ, ବିବେକାନନ୍ଦ ପଧାନ, ଚିତ୍ତରଂଜନ ସରାଫ ପ୍ରମୁଖ ଅତିଥି ଭାବରେ ଯୋଗଦାନ କରି ଉଭୟ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଶ୍ରେଷ୍ଠ ଖେଳାଳି ଭାବରେ ସୁଧାଂଶୁ ବିଶ୍ବାଳଙ୍କୁ ପୁରସ୍କୃତ କରାଯାଇଥିଲା। ଗୁର୍ଣ୍ଣାମେଣ୍ଟ ପରିଚାଳନାରେ ଉମେଶ ଭୋଇ,
ସୁଦର୍ଶନ ବନଛୋର, ଭଗବାନ ସାହୁ, ମହେଶ୍ବର ସାହୁ, ମୁକେଶ ସାହୁ, ଦେବାଶିଷ ପଧାନ, ମିଳନ ବନଛୋର, ମିଲନ ଠେଟୁଆ, ତେଳକୁମାର ପଧାନ, ସାହିଲ ସାହୁ, ବଳରାମ ବଗାର, ଶରତ, ପ୍ରଣିତ, ଅମନ, କ୍ରିଷ୍ଣାଙ୍କ ସମେତ ଉତ୍ତାଳଗଡ଼ ସ୍ପୋଟିଂର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ l
Sign in
Sign in
Recover your password.
A password will be e-mailed to you.
Prev Post
Next Post