ବିଜେଡି ଆଇନଜୀବୀ ସାମ୍ମୁଖ୍ୟର ରାଜ୍ୟ କର୍ମକର୍ତ୍ତାମାନଙ୍କ ବୈଠକ

0

ଭୁବନେଶ୍ୱର :  ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଆଇନଜୀବୀ ସାମ୍ମୁଖ୍ୟର ଜିଲ୍ଲା ଆବାହକ ଏବଂ ଜୋନାଲ୍‍ କମିଟି ଆବାହକମାନଙ୍କର ଏକ ଜରୁରୀ ବୈଠକ ଅନୁଷ୍ଠିତ  ହୋଇଯାଇଛି । ଉକ୍ତ ବୈଠକରେ ଆଇନମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ଯୋଗଦେଇ ଆଇନଜୀବୀମାନଙ୍କ କଲ୍ୟାଣ ନିମନ୍ତେ ରାଜ୍ୟ ସରକାର ନେଇଥିବା କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ । ଏହା ମଧ୍ୟରେ ଆଇନଜୀବୀ କଲ୍ୟାଣ ପାଣ୍ଠିକୁ ବାର୍ଷିକ ୫ କୋଟି ଟଙ୍କା ପ୍ରଦାନ, ମଧୁବାବୁ ଆଇନ ସହାୟତା କେନ୍ଦ୍ରରେ ରାଜ୍ୟର ସମସ୍ତ ଗ୍ରାମ ପଞ୍ଚାୟତରେ ନିଯୁକ୍ତି ପ୍ରକ୍ରିୟା ଚାଲୁ ରହିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ନୂତନ କୋର୍ଟ ପ୍ରତିଷ୍ଠା  କରାଯାଇଛି । ସମସ୍ତ ଜିଲ୍ଲାରୁ ଯୋଗ ଦେଇଥିବା ନେତୃବୃନ୍ଦ ଆଲୋଚନାରେ ଅଂଶଗ୍ରହଣ କରି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ରାଜ୍ୟର ସାମଗ୍ରିକ ବିକାଶ ପାଇଁ ଯେଉଁ କାର୍ଯ୍ୟକ୍ରମ ଗ୍ରହଣ କରି ରାଜ୍ୟକୁ ପ୍ରଗତିପଥରେ ଆଗେଇ ନେଇଛନ୍ତି ସେଥିରେ ଆଇନଜୀବୀମାନେ ମଧ୍ୟ ଉପକୃତ ହୋଇଛନ୍ତି । ସେଥିପାଇଁ ଆଇନଜୀବୀମାନଙ୍କ ପକ୍ଷରୁ  ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ଫେବୃଆରୀ ମାସରେ ସମସ୍ତ ଜିଲ୍ଲାରେ ଆଇନଜୀବୀମାନଙ୍କର ଜିଲ୍ଲା ସ୍ତରୀୟ ସମ୍ମିଳନୀ କରାଯିବାକୁ ବୈଠକରେ ସ୍ଥିର ହୋଇଛି ।

ଏହି ବୈଠକରେ ରାଜ୍ୟ ଆବାହକ ଶ୍ରୀ ମିଲନ କାନୁନ୍‍ଗୋ, ଉପଦେଷ୍ଟା ଶ୍ରୀ ଅସୀମ ଅମିତାଭ ଦାସ, ବାର୍‍ କାଉନ୍‍ସିଲ ସଭ୍ୟ ଶ୍ରୀ ବିଷ୍ଣୁପ୍ରସାଦ ପାତ୍ର, ଶ୍ରୀ ପବନ କୁମାର ଶର୍ମା, ରାଜ୍ୟ ସଂଯୋଜକ ଶ୍ରୀ ଶୁଭ୍ରାଂଶୁ ମହାନ୍ତି, ଶ୍ରୀ ମନୋଜ କୁମାର ବର୍ମା, ଜୋନାଲ୍‍ ଓ ଜିଲ୍ଲା ଆବାହକ ସର୍ବଶ୍ରୀ ସନ୍ତୋଷ କୁମାର ନାୟକ, ପ୍ରବୀର ପଟ୍ଟନାୟକ, ଗୋପାଳ ଚନ୍ଦ୍ର ପାଣିଗ୍ରାହୀ, ବିଧାନ ଚନ୍ଦ୍ର ମହାନ୍ତି, ସୁରେଶ ବାରିକ, ରାଜୀବ ମହାନ୍ତି, ଶାନ୍ତନୁ କୁମାର ଦାସ, ବ୍ରଜ ସୁନ୍ଦର ନାୟକ, ବଂଶୀଧର ରାଉତରାୟ, ଭୀମସେନ ଭୂୟାଁ, ରଞ୍ଜନ କୁମାର ସାହୁ, ପ୍ରତାପ କୁମାର ପାତ୍ର, ଶରତ ଚନ୍ଦ୍ର ଭୋଇ, ସଚ୍ଚିଦାନନ୍ଦ ସ୍ୱାଇଁ, ଅଶୋକ ସ୍ୱାଇଁ, ବିନୋଦ ପାଣି, ହୃଦାନନ୍ଦ ଦ୍ୱିବେଦୀ, ଅଶୋକ ମହାନ୍ତି, ବାଦଲ ରାୟ, ଗଗନ ଚନ୍ଦ୍ର ମେହେର, ଗୋପାଳ ଚନ୍ଦ୍ର ପାତ୍ର, ସୁଧୀର ପଟ୍ଟନାୟକ, ସୁବାସ ଚନ୍ଦ୍ର ବେହେରା, ମହେନ୍ଦ୍ର ବସ୍ତିଆ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । 

Leave A Reply

Your email address will not be published.