ଶ୍ରୀକ୍ଷେତ୍ର ରଜ ମହୋତ୍ସବ : ଏଥର ଅସୀମା, ପପୁ

0

ପୁରୀ,୮/୬ (ଅନିମେଶ ପଟ୍ଟନାୟକ):-ଚଳିତବର୍ଷ ମାର୍କଣ୍ଡେଶ୍ଵର ସାହି ବୁଢୀମା ତୋଟା ଠାରେ ଜୁନ ୧୪ରୁ ୧୬ ତିନିଦିନ ଧରି ରଜ ମହୋତ୍ସବ ଧୁମଧାମରେ ପାଳିତ ହେବ । ମହୋତ୍ସବର ଦ୍ବିତୀୟ ଦିନରେ ଓଡ଼ିଶାର ସୁନାମଧନ୍ଯ କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କ ସୁମଧୁର ସଙ୍ଗୀତ ରଜପ୍ରେମୀ ମାନଙ୍କୁ ମତୁଆଲ କରିବ । ତୃତୀୟ ସଂଧ୍ଯା ତଥା ଶେଷ ଦିନ ଓଡ଼ିଶାର ଲୋକ ପ୍ରିୟ ହାସ୍ଯ ଅଭିନେତା ପପୁ ପମପମ ତାଙ୍କର ନିଆରା କମେଡି ଜରିଆରେ ଦର୍ଶକଙ୍କ ମନ ମୋହିବେ । ଏହାସହ ୪୦ରୁ ଅଧିକ ଦୋଳି ଓଡ଼ିଶାର ନିଜସ୍ବ ପରମ୍ପରାକୁ ମନେ ପକାଇବ । ପୁଚି ଖେଳ, ଝୋଟି,ପିଠା ପ୍ରସ୍ତୁତି ଓ ମ୍ୟୁଜିକ ଚେୟାର ଝିଅ ମାନଙ୍କୁ ନେଇ ପ୍ରତିଯୋଗିତା ଅନୁଷ୍ଠିତ ହେବ । ପ୍ରଥମ ସଂଧ୍ଯାରେ ସ୍ଥାନୀୟ କଳାକାର ମାନଙ୍କୁ ନେଇ ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ପ୍ରତିଦିନ ସଂଧ୍ଯାରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯିବ । ଏ ସମ୍ପର୍କରେ ରବିବାର ଅପରାହ୍ନରେ ବୁଢୀମା ତୋଟା କଲ୍ୟାଣ ମଣ୍ଡପ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କର୍ମକର୍ତ୍ତା ମାନେ ରଜ ମହୋତ୍ସବ ସମ୍ପର୍କରେ ସୂଚନା ଦେଇଥିଲେ । ମହୋତ୍ସବ କମିଟିର ସଭାପତି ଭକ୍ତଚରଣ ଦାସ, ସମ୍ପାଦକ ବିଜୟ କୁମାର ସ୍ବାଇଁ,ପାଣ୍ଡ ଜାଗାର କୋଷାଧ୍ୟକ୍ଷ ଦିଗମ୍ବର ପଣ୍ଡା,ରଜ ମହୋତ୍ସବ କମିଟିର ଇଭେଣ୍ଟ ମ୍ଯାନେଜର ସମୀର କୁମାର ସାମନ୍ତରାୟ,ସମାଜସେବୀ ତଥା ଆଇନଜୀବୀ ଚିନ୍ମୟ ଦାଶ, ବିଦ୍ଯାଧର ବେହେରା, ଭବେଶ ସ୍ବାଇଁ,ତ୍ରିଲୋଚନ ପ୍ରଧାନଙ୍କ ସମେତ ଅନ୍ଯ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.