ଓଡ଼ଗାଁ, ୮।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଦଣ୍ଡୋର ଜୟଶ୍ରୀ ପାଣିଷଣ୍ଢ ଯୁବ ସଂସଦ ଏବଂ ନୟାଗଡ଼ ରକ୍ତ ଭଣ୍ଡାରର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ରବିବାର ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଗ୍ରୀଷ୍ମ ଋତୁରେ ରକ୍ତ ଅଭାବକୁ ପୂରଣ କରିବା ନିମନ୍ତେ ଗୁଳୁଗୁଳିକୁ ଖାତିର ନକରି କ୍ଲବର ସଦସ୍ୟମାନଙ୍କ ସମେତ ଦଣ୍ଡୋର,ଲିଙ୍ଗରାଜ ପ୍ରସାଦ, ଦେଓଗାଁ, କୁରାଳ, ଗୋଡିପଲ୍ଲୀ, ନବରତ୍ନପୁର ଇତ୍ୟାଦି ଗ୍ରାମ ମାନଙ୍କର ଆଗ୍ରହୀ ସ୍ଵେଚ୍ଛାକୃତ ରକ୍ତଦାତା ମାନେ ରକ୍ତଦାନ କରି ଅନ୍ୟ ମାନଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛନ୍ତି।କୋମଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର ଡା. ନରେଶ ନାୟକଙ୍କ ସହିତ ନୟାଗଡ଼ ରକ୍ତ ଭଣ୍ଡାର କର୍ମଚାରୀ ମାନଙ୍କ ନିରଳସ ସେବା ପ୍ରଦାନ ପ୍ରଶଂସନୀୟ ବୋଲି ସମାଜସେବୀ ଦାମୋଦର ସାହୁ, କୁରାଳ ଗ୍ରାମ ପଞ୍ଚାୟତ ସରପଞ୍ଚ ବିଜନ୍ କୁମାର ପାଇକରାୟ,ପ୍ରକୃତି ବନ୍ଧୁ ପଞ୍ଚାନନ ପଣ୍ଡା ପ୍ରମୁଖ ମତ ରଖିଥିଲେ।କ୍ଲବର ସଭାପତି ପ୍ରସନ୍ନ କୁମାର ରାଉତଙ୍କ ମାର୍ଗଦର୍ଶନ ଏବଂ ସମ୍ପାଦକ ପ୍ରଦୋଷ କୁମାର ରାଉତଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା ବେଳେ ସୁଶାନ୍ତ ବିଶୋଇ ଓ ରଞ୍ଜନ କୁମାର ରାଉତ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post