“ବେବିନାକୁ ନ୍ୟାୟ ଦେବା ପାଇଁ : ଚୁଡ଼ି ପଠାଉଛୁ ପିନ୍ଧିବ “

0

ନବୀନ ପଟ୍ଟନାୟକଙ୍କ ପାଖକୁ ଡାକ ଯୋଗେ ଚୁଡି ପଠେଇଲେ ବିଜେପିି ମହିଳା ମୋର୍ଚ୍ଚା

ଭଦ୍ରକ/SATYABHUSAN SWAMI  : ବେବିନା ଗଣ ବଳାତ୍କାର ମାମଲାର ଅଭିଯୁକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯାଇ ବେବିନାକୁ ନ୍ୟାୟ ଦେବା ଦାବୀ ନେଇ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଚୁଡି ସଂଗ୍ରହ ଅଭିଯାନର ଶେଷ ପର୍ଯ୍ୟାୟରେ ଆଜି ମଧ୍ୟ ଜିଲ୍ଲାର ବିଭିନ୍ନ ବ୍ଳକ ଅଞ୍ଚଳରୁ ଚୁଡି ସଂଗ୍ରହ କରାଯାଇଛି । ସଂଗୃହିତ ଚୁଡିକୁ ଆଜି ବିଜେପି ମହିଳାମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ମନସ୍ମିତା ଖୁଣ୍ଟିଆଙ୍କ ନେତୃତ୍ୱରେ ଡାକ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଠିକଣାରେ ଚୁଡି ପଠା ଯାଇଛି । ମହିଳାମୋର୍ଚ୍ଚାର କର୍ମୀ ମାନେ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲା ମୁଖ୍ୟ ଡାକଘରେ ପହଂଚିଥିଲେ । ମନସ୍ମିତାଙ୍କ ସହିତ ଉମାମଣି ସାହୁ, ପୁଷ୍ପାଞ୍ଜଳି ବେହେରା, ତପସ୍ୱିନୀ ମହାପାତ୍ର, ସୁକାନ୍ତୀ ଦାସ, ଉର୍ମିଳା ସାହୁ, ଆଶାରାଣୀ ପଣ୍ଡା, ପଦ୍ମିନୀ ଦ୍ୱିବେଦୀ, ନାଗେଶ୍ୱରୀ ଖୁଣ୍ଟିଆ, ସ୍ୱାଗତିକା ସାହୁ ପ୍ରମୁଖ ସାମିଲ ଥିଲେ । ଏହା ପୂର୍ବରୁ ବିଜେପି ମହିଳାମୋର୍ଚ୍ଚା ବେବିନାକୁ ନ୍ୟାୟ ପ୍ରଦାନ ଦାବୀରେ ଦକ୍ଷିଣେଶ୍ୱରୀ କାଳୀ ମନ୍ଦିରରେ ଅଖଣ୍ଡ ଦୀପ ଜଳାଇଥିଲେ ।

Leave A Reply

Your email address will not be published.