ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୦୫/୦୫/୨୫ ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ପୁଲିସ ପକ୍ଷରୁ ଆଜି ସଡ଼କ ସୁରକ୍ଷା ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଡ଼ାବୁଗାଁ ଥାନା ଅଧିକାରୀ ଗୋପାଳ କୃଷ୍ଣ ଆଗୁ ପାତ୍ର ଙ୍କ ନିର୍ଦ୍ଦେଶ କ୍ରମେ ଡ଼ାବୁଗାଁ ପୁଲିସ ତାରିଣୀ ଛକ ନିକଟରେ ଥିବା ପୁଲିସ ବିଟ ହାଉସ ପାଖରେ ଦୁଇ ଚକିଆ ଓ ଚାରି ଚକିଆ ଯାନ ଚାଳକ ମାନଙ୍କୁ ଦୁର୍ଘଟଣା ରୋକିବା ପାଇଁ ସଡ଼କ ସୁରକ୍ଷା ର ବିଭିନ୍ନ ଦିଗ ଓ ଟ୍ରାଫିକ ନିୟମ ପାଳନ ସମ୍ପର୍କରେ ସଚେତନ କରିଥିଲେ। ବିଶେଷ କରି ନାବାଳକ ମାନେ ଗାଡ଼ି ନ ଚଳାଇବା,ଗାଡ଼ି ଚଳାଇବା ସମୟରେ ମୋବାଇଲ ରେ କଥା ନ ହେବା। ମଦ୍ୟପାନ ଓ ଦୃତ ଗତିରେ ଗାଡି ନ ଚଳାଇବା,ବାଇକ୍ ଚଳାଇବା ସମୟରେ ସର୍ବଦା ହେଲମେଟ ପରିଧାନ କରିବା,ଚାରି ଚକିଆ ଯାନ ଚଳାଇବା ସମୟରେ ସାଇଟ୍ ବେଲ୍ଟ ପରିଧାନ କରିବା ସହ ଟ୍ରାଫିକ ନିୟମ ମାନିବା ନେଇ ସଚେତନ କରାଯାଇଥିଲା।ଆଜି ଡ଼ାବୁଗାଁ ରେ ସାପ୍ତାହିକ ହାଟ ଥିବାରୁ ହେଲମେଟ ପିନ୍ଧିଥିବା ବାଇକ ଚାଳକ ମାନଙ୍କୁ ପୁଲିସ ପକ୍ଷରୁ ଫୁଲ ପ୍ରଦାନ କରାଯାଇଥିଲା। ଏହି ସଚେତନ କାର୍ଯ୍ୟକ୍ରମରେ ଡ଼ାବୁଗାଁ ପୁଲିସ ଏସ ଆଇ ଚନ୍ଦନ କୁମାର ସାହୁ, ବି କେ ସାହୁ, ଏ ଏସ ଆଇ ହରେକୃଷ୍ଣ ହଜାରି,ଗୋପାଳ କୃଷ୍ଣ ହାଲୱା,ସସ୍ମିତା ଦାସ, ହାବିଲଦାର ଶିବ ଶଙ୍କର ଭଞ୍ଜ ସହ ଅନ୍ୟ ପୁଲିସ କର୍ମଚାରୀ ସାମିଲ ଥିଲେ।
Sign in
Sign in
Recover your password.
A password will be e-mailed to you.