ଡ଼ାବୁଗାଁ ରେ ନୂତନ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟରେ ଯୋଗଦାନ

0 1

 ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୦୫/୦୫/୨୫ ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ରେ ଆଜି ନୂତନ ବନାଞ୍ଚଳ ଅଧିକାରୀ ଭାବେ ପୂର୍ଣ୍ଣ ଚନ୍ଦ୍ର ନନ୍ଦ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଡ଼ାବୁଗାଁ ବନ ବିଭାଗ ର ପୂର୍ବତନ ବନାଞ୍ଚଳ ଅଧିକାରୀ ତଡିତ କୁମାର ସ୍ବାଇଁ ଗତ ୨୦୨୪ ମସିହା ଅଗଷ୍ଟ ମାସରେ ଅବସର ଗ୍ରହଣ ପରେ ଡ଼ାବୁଗାଁ ବନପାଳ ଉମାକାନ୍ତ ପଟ୍ଟନାୟକ ଙ୍କୁ ବନାଞ୍ଚଳ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଥିଲା। ଆଜି ନୂତନ ବନାଞ୍ଚଳ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ନନ୍ଦ ଶ୍ରୀ ଉମାକାନ୍ତ ପଟ୍ଟନାୟକ ଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଶ୍ରୀ ନନ୍ଦ ବର୍ତ୍ତମାନ କୋଡ଼ିଙ୍ଗା ବନାଞ୍ଚଳ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କୁ ଡ଼ାବୁଗାଁ ରେ ଅତିରିକ୍ତ ଦାୟିତ୍ଵ ଦିଆ ଯାଇଛି। ଆଜି ଡ଼ାବୁଗାଁ ରେ ନୂତନ ବନାଞ୍ଚଳ ଅଧିକାରୀ କାର୍ଯ୍ୟରେ ଯୋଗ ଦେବା ସମୟରେ ଡ଼ାବୁଗାଁ ବନପାଳ ଉମାକାନ୍ତ ପଟ୍ଟନାୟକ, ମଇଦଲ ପୁର ବନପାଳ ମଧୁସୂଦନ ପାତ୍ର, ବନରକ୍ଷୀ କାର୍ତ୍ତିକ ମାଝୀ,ଉମା ଶଙ୍କର ମିଶ୍ର, ତାପସ ପଟ୍ଟନାୟକ,ରୀତାରାଣି ବିଶ୍ୱାସରାୟ,ଅନିତା ହିଆଲ,ସସ୍ମିତା ଲେଙ୍କା,ବସନ୍ତ ନାୟକ,ପାରା ଫରେଷ୍ଟର ଷ୍ଟାଫ ସହ କାର୍ଯ୍ୟାଳୟର କର୍ମଚାରୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.