ଖପ୍ରାଖୋଲ ୫/୬(ହେମସାଗର ସାହୁ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ହରିଶଙ୍କର ବନବିଭାଗ ବଙ୍ଗଳା ଠାରେ ଜଙ୍ଗଲ , ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓ ଜୈବ ବିବିଧତା ବୋର୍ଡ ର ମିଳିତ ଉଦ୍ୟମରେ ବିଶ୍ଵ ପରିବେଶ ଦିବସ ଗୁରୁବାର ପାଳିତ ହୋଇଯାଇଛି। ଏହି ଅବସରରେ ଏ ସି ଏଫ୍ ତଥା ହରିଶଙ୍କର ରେଞ୍ଜ ଅଧିକାରୀ ଅରବିନ୍ଦ ନାଏକ ଅଧ୍ୟକ୍ଷତା କରିଥିବା ବେଳେ ମୂଖ୍ୟ ଅତିଥି ରୂପେ ଖପ୍ରାଖୋଲ ବିଡ଼ିଓ ବିବେକାନନ୍ଦ ଷଡ଼ଙ୍ଗୀ, ମୁଖ୍ୟ ବକ୍ତା ରୁପେ ଜିଲ୍ଲା ଜଙ୍ଗଳ ସୁରକ୍ଷା ଫୋରମ୍ ର ଆବାହକ କୁଳମଣି ସାହୁ, ସମ୍ମାନୀତ ଅତିଥି ରୁପେ ବ୍ଳକ୍ ଉପାଧ୍ୟକ୍ଷ ସୁଖିରାମ୍ ସାଣ୍ଡ , ପରିବେଶ କର୍ମି ଡ ଅଭୟ ତ୍ରିପାଠୀ,ରେଙ୍ଗାଲି ସରପଞ୍ଚ ଉମାକାନ୍ତ ମେହେର, ଭାନପୁର ସରପଞ୍ଚ ରୀନା ଜାଲ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ପ୍ଲାଷ୍ଟିକ ବ୍ୟବହାର କମ କରିବା ସହିତ ବୃକ୍ଷ ରୋପଣ କୁ ଗୁରୁତ୍ଵ ଦେବାକୁ କହିଥିଲେ। ଏହି ଅବସରରେ ଅତିଥି ମାନେ ବୃକ୍ଷ ରୋପଣ କରିବା ସହିତ ମାଁ ନାମରେ ଗୋଟିଏ ଲେଖାଏଁ ଗଛ ଲଗାଇବାକୁ ଅନୁରୋଧ କରିଥିଲେ। ଏହି ଅବସରରେ ପ୍ଲାଷ୍ଟିକ ବର୍ଜନ ପାଇଁ ଶପଥ ପାଠ କରାଯାଇଥିଲା। କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଖପ୍ରାଖୋଲ ବନପାଳ ସୁଧୀର କୁମାର ଜେନା,ହରିଶଙ୍କର ବନପାଳ ରଞ୍ଜିତ କୁମ୍ଭାର, ରେଙ୍ଗାଳି ବନପାଳ ବିପିନ ସାହୁ, ବଂଶୀ ବେହେରା, ଉମେଶ ପୁଝାରୀ,ଉମାକାନ୍ତ ପ୍ରଧାନ, ତାପସ ବେହେରା, ବିମଳ ସାହୁ, ସରୋଜ ସାହୁ, ସାଗୁଆ ବଲାଙ୍ଗିର ସଦସ୍ୟ ସଞ୍ଜୀବ ସାହୁ,ବିଶ୍ୱେଶ୍ୱର୍ ମିଶ୍ର ସମେତ ବନ ସୁରକ୍ଷା ସମିତି ସଦସ୍ୟ ଉପସ୍ଥିତ ଥିଲେ। ଶେଷରେ ତହସିଲ ବାଗ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post