ଜଗତସିଂହପୁର,ତା-୦୫.୦୬.୨୦୨୫/ସୁମନ୍ତ କୁମାର ଦାସ: ସ୍ଥାନୀୟ ଓଡିଶାଗଡ଼ସ୍ଥିତ ପ୍ରଫୁଲ ପାଠାଗାରର 32ତମ ବାର୍ଷିକୋତ୍ସବ ପାଳିତ ହୋଇଜାଇଅଛି I ଏହି ଅବସରରେ ପାଠାଗାରର ସଭାପତି ଶିକ୍ଷାବିତ ରବୀନ୍ଦ୍ରନାଥ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବରେ ଜଗତସିଂହପୁର ସାଂସଦ ଡ଼ଃ ବିଭୁ ପ୍ରସାଦ ତରାଇ ଯୋଗଦେଇ ପାଠାଗାର ଜ୍ଞାନବିକାଶ ଓ ବିସ୍ତାରର ଗନ୍ତାଘର ବୋଲି କହିଥିଲେ I ମୁଖ୍ୟବକ୍ତା ଭାବେଜିଲ୍ଲା B J P ସଭାପତି ପ୍ରତାପ କୁମାର ମିଶ୍ର ଯୋଗଦେଇ ତାଙ୍କ ବକ୍ତବ୍ୟରେ ପାଠାଗାରର ଆଭିମୁଖ୍ୟ ସମ୍ପର୍କରେ ସବିଶେଷ ଆଲୋଚନା କରିବା ସହିତ ପ୍ରଫୁଲ ପାଠାଗାର ପ୍ରତିଷ୍ଠା ହେବାର 32 ବର୍ଷ ପରେ ସମଗ୍ର ଜିଲ୍ଲା ରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି ବୋଲି ମତ ରଖିଥିଲେ I ସମ୍ମାନନୀୟ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟାପକ ତଥା ସାରସ୍ୱତ ପରିଷଦର ଅଧ୍ୟକ୍ଷ ହିମାଂଶୁ ଶେଖର ଆଚାର୍ଯ୍ୟ ଯୋଗଦେଇ ପାଠାଗାର ପାଠକ ପାଠିକା, ଛାତ୍ର ଛାତ୍ରୀ ଓ ଗବେଷକମାନଙ୍କ ପାଇଁ ସହାୟକ ହୋଇପାରିଲେ ଏହାର ପ୍ରକୃତ ଉଦେଶ୍ୟ ପୁରଣ ହୋଇପାରିବ ବୋଲି କହିଥିଲେ I ସଭାର ଆରମ୍ଭରେ ପାଠାଗାରର ଉପଦେଷ୍ଟା ବଂଶୀଧର ଆଚାର୍ଯ୍ୟ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବାବେଳେ ଅନ୍ୟତମ ଉପଦେଷ୍ଟା ବିଜୟ କୁମାର ପତି ସଭାସଂଯୋଜନା ଓ ସମ୍ପାଦକ ସୁରେନ୍ଦ୍ର ରାୟ ପାଠାଗାରର ବାର୍ଷିକ ବିବରଣୀ ପଠନ କରିଥିଲେ I ଏହି ଉତ୍ସବ ପରିଚାଳନାରେ ଶିକ୍ଷାବିତ ସତ୍ୟବାଦୀ ଦାସ,ଅଜୟ କୁମାର ପତି ସଞ୍ଜୟ ସାମନ୍ତସିଂହାର, ପ୍ରତାପ କୁମାର ରାଉତରାୟ ପ୍ରମୁଖ ସହାୟତା କରିଥିଲେ I ଶେଷରେ ଉପସଭାପତି ଅଧ୍ୟାପକ ଲଷ୍ମୀଧର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ I
Sign in
Sign in
Recover your password.
A password will be e-mailed to you.
Prev Post