ଗାଇସିଲେଟ/ମନ ଡନସନା- ଗାଇସିଲେଟ ବ୍ଲକ ଅନ୍ତର୍ଗତ କନ୍ଦାଗାଡ ଠାରେ ଦେବଦତ୍ତ କ୍ଲବ୍ ଦ୍ବାରା ବିଶ୍ବ ପରିବେଶ ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଦେବଦତ୍ତ କ୍ଲବ୍ ର ସଂପାଦକ କାହ୍ନୁଚରଣ ମାଝୀଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବରେ କୃଷି ବିଜ୍ଞାନ କେନ୍ଦ୍ର ର ବୈଜ୍ଞାନିକ ସୁନିତା ସାହୁ,ଦେବବ୍ରତ ଦାଶ କନ୍ଦାଗାଡ ଗ୍ରାମ ପଞ୍ଚାୟତର ସରପଂଚ ଶ୍ରୀମତି ଜୟନ୍ତୀ ସାହୁ, ସମିତି ସଭ୍ଯ ସରୋଜିନୀ ପଧାନ,ସହକାରୀ ଉଦ୍ଯାନ ବିଭାଗର ଅଧିକାରୀଣି ପ୍ରିୟଙ୍କା ପ୍ରିୟ ଦର୍ଶନି ମଲ୍ଲିକ, ଗାଇସିଲେଟ ବନଖଣ୍ଡ ଅଧିକାରୀଣି ଝରଣା ସାହୁ, ଗ୍ରାମସେବକ ଗିରିଶ ଚନ୍ଦ୍ର ସ୍ବାଇଁ, ଚିତ୍ତରଞ୍ଜନ ମହାନ୍ତି, ତରଣୀସେନ ବନଛୋର କପିଲେଶ୍ବର ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ।ଅତିଥି ଗଣ ନିଜ ବକ୍ତବ୍ୟରେ ଜଳ, ମୃତ୍ତିକା,ପରିବେଶ ଓ ଜୈବ ବିବିଧତା କୁ ସଂରକ୍ଷଣ କରିବା,ବହୁଳ ପରିମାଣରେ ବୃକ୍ଷ ରୋପଣ,ଗାଁ ଗାଁ ରେ ବନ ସୁରକ୍ଷା ସମିତି ର କାର୍ଯ୍ୟ କୁ ପ୍ରଶଂସା,ପରିବେଶ ସୁରକ୍ଷା ରେ ନିଜର ସହଭାଗିତା, ପ୍ଲାଷ୍ଟିକ ପ୍ରଦ୍ୟୁଷଣ କୁ ଅନ୍ତ କରିବାରେ ନିଜର ଭୂମିକା ଉପରେ ମତ ଦେଇଥିଲେ। ଚଳିତ ବର୍ଷ ” ପ୍ଲାଷ୍ଟିକ ପ୍ରଦ୍ୟୁଷଣ କୁ ଅନ୍ତ କରିବା” ବିଷୟ ନେଇ ବିଶ୍ଵ ପରିବେଶ ଦିବସ ପାଳନ କରାଯାଉଛି।ମାଟି କୁ ରକ୍ଷା ପାଇଁ ପ୍ଲାଷ୍ଟିକ ର ବର୍ଜନ ନିହାତି ଜରୁରୀ ହୋଇପଡିଛି।ପ୍ରତ୍ୟେକ ଜିନିଷ କିଣିବା ବେଳେ ଦୋକାନୀକୁ ପଲିଥିନରେ ଜିନିଷ ଦେବାକୁ ମନା କରିବା ,ନିଜେ ସୂତା କିମ୍ବା ଅଖା ତିଆରି ମୁଣା ରେ ଜିନିଷ ପତ୍ର ଆଣିବା, କାଚ କିମ୍ବା ଷ୍ଟିଲ ନିର୍ମିତ ପାଣି ବୋତଲ ବ୍ୟବହାର କରିବା , ସର୍ବୋପରି ପ୍ଲାଷ୍ଟିକ ବ୍ୟବହାର ଉପରେ ବିଶେଷ ନିରୁତ୍ସାହ କରିବାକୁ ମତ ପ୍ରକାଶ ପାଇଥିଲା। ବୈଠକ ପରେ ପଥ ପାର୍ଶ୍ବରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.