କେସାଇବାହାଲ ଉଚ୍ଚ ବିଦ୍ୟାଳୟରେ ବିଶ୍ଵ ପରିବେଶ ଦିବସ ପାଳିତ

0

କୁଚିଣ୍ଡା/ ବାମରା:୫/୬: ବାମରା ବ୍ଲକ କେସାଇବାହାଲ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ବିଶ୍ଵ ପରିବେଶ ଦିବସ ପାଳନ ସହ ସ୍କୁଲ ପଛ ପଟ ପଡ଼ିଆରେ ୫୦ ଟି ଚାରା ଲଗା ଯାଇ ତାକୁ ବଞ୍ଚାଇ ରଖିବାକୁ ସଂକଳ୍ପ ନିଆ ଯାଇଛି । ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବଲ୍ଲବି ପଟେଲ ଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ କୁଚିଣ୍ଡା ସାହିତ୍ୟ ଘର ସଭାପତି ପ୍ରକୃତି ବନ୍ଧୁ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି, କବି ଉଦୟ ଚନ୍ଦ୍ର ଦ୍ବିବେଦୀ ମୁଖ୍ୟବକ୍ତା ଓ ଅବସର ପ୍ରାପ୍ତ ଉଦ୍ୟାନ ବିଭାଗ କର୍ମଚାରୀ ରବୀନ୍ଦ୍ର କୁମାର ଦାସ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ବୃକ୍ଷ ରୋପଣ କରି ପରିବେଶ ସନ୍ତୁଳନତା ବଜାୟ ରଖିବାକୁ ଆହ୍ବାନ ଦେଇଥିଲେ । ଏହି ଅବସରରେ ଆମ୍ବ,ପିଜୁଳି, ଲେମ୍ବୁ ଆଦି ଚାରା ରୋପଣ କରା ଯାଇ ଥିଲା । ଏହି କାର୍ଯ୍ୟକ୍ରମରେ ସଞ୍ଜୀବ ପଟେଲ, ସୁଚିତ୍ରା ନାଏକ, ଡାଲି ଶେଠ୍, ପଦ୍ମନାଭ ନାଏକ, ଲୁମ୍ବିନୀ ମାକର, ରୋହିତ ପଟେଲ,ଅଲେଖ ପତି, ବୀଣାପାଣି ନାଏକ, ମିନାକ୍ଷୀ ଦ୍ବିବେଦୀ,ବିନୋଦ ଧର, ଓମ୍ ପ୍ରକାଶ ସିଂହ, ହେଲେନ ମୁଣ୍ଡା,ରଜନୀକାନ୍ତ ବାଗ, ରବୀନ୍ଦ୍ର ବାଗ, ଶ୍ରିବନ୍ତ ବାଗ,ଅମନ୍ ବାଗ, ମିନ ପୁଝାରୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।ପ୍ରାରମ୍ଭ ରେ ବିନୋଦ ଗୁଡ଼ିଏ ସ୍ଵାଗତ କରିଥିଲେ ।

Leave A Reply

Your email address will not be published.