ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ପକ୍ଷରୁ ବିଶ୍ଵ ପରିବେଶ ଦିବସ, ୨୦୨୫ ପାଳନ

0

ନବରଙ୍ଗପୁର,୦୫/୦୬/୨୦୨୫: ଅଶୋକ ସାହୁ, ଶାସକ ପ୍ରଶାସକ : ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ବିଦ୍ୟା ନିକେତନ ସେକେଣ୍ଡାରୀ ସ୍କୁଲ, ନବରଙ୍ଗପୁର ପରିସର ଠାରେ ବିଶ୍ଵ ପରିବେଶ ଦିବସ, ୨୦୨୫ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସ୍କୁଲ ପରିସରରେ ବୃକ୍ଷ ରୋପଣ ଓ ଆଇନ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁରର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜଜ ସୁବ୍ରତ ମହାନ୍ତିଙ୍କ ନିର୍ଦେଶ କ୍ରମେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ସାଇ ଅଭୀପ୍ସା ଗୋଛାୟତ ଯୋଗ ଦେଇଥିଲେ ଓ ସମସ୍ତଙ୍କ ଉପସ୍ଥିତିରେ ବୃକ୍ଷ ରୋପଣ କରିଥିଲେ। ପ୍ରଥମେ ଜିଲ୍ଲା ଆଈନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ସାଇ ଅଭୀପ୍ସା ଗୋଛାୟତ ବିଶ୍ଵ ସୁରକ୍ଷା ଆଇନ ଏବଂ ପରିବେଶ ସୁରକ୍ଷା ଆଇନ ଉପରେ ପିଲା ମାନଙ୍କୁ ସଚେତନ କରାଇଥିଲେ । ଅନ୍ୟାନ୍ୟ ଅତିଥି ରୂପେ ଶ୍ରୀ ପ୍ରଶନ ପ୍ରସାଦ ପଟ୍ଟନାୟକ, ମୁଖ୍ୟ ଏଲଏଡ଼ିସିଏସ, ନବରଙ୍ଗପୁର ଶ୍ରୀମତୀ କିଶୋରୀ ପଟ୍ଟନାୟକ, ପ୍ଯାନେଲ ଲୟର, ନବରଙ୍ଗପୁର, ଶ୍ରୀ ସଦାସିବ ସାହୁ, ଉପ ସଭାପତି, ଜିଲ୍ଲା ଓକିଲ ସଙ୍ଗ ନବରଙ୍ଗପୁର, ଶ୍ରୀ ତନୟ ରଣା, ଅଧକ୍ଷ, ବିଦ୍ୟା ନିକେତନ ସେକେଣ୍ଡାରୀ ସ୍କୁଲ, ବିନୋଦ ବିହାରୀ ସାହୁ, ନବରଙ୍ଗପୁର, ମିସ ରାଖୀ ଜୈନ, ଏସିସ୍ଟେନ୍ଟ ଏଲଏଡ଼ିସି, ନବରଙ୍ଗପୁର ପ୍ରମୁଖ ଯୋଗ ଦେଇଥିଲେ ଓ ବୃକ୍ଷ ରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ପାରା ଲିଗାଲ ସ୍ଵଚ୍ଛାସେବୀ ଆଇନଜୀବି ଓ ବନ ବିଭାଗର କର୍ମଚାରୀ ମାନେ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଈନ ସେବା ପ୍ରାଧିକରଣ, ନବରଙ୍ଗପୁର ଦ୍ଵାରା ପରିଚାଳନା କରଯାଇଥିଲା ।

Leave A Reply

Your email address will not be published.