ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୦୩/୦୬/୨୫ ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ବ୍ଲକ ରେ ନୂତନ ତହସିଲଦାର ଭାବେ ଗୀତା ମୁର୍ମୁ ସୋମବାର କାର୍ଯ୍ୟରେ ଯୋଗ ଦେଇଥିବା ବେଳେ ଆଜି ବ୍ଲକ ଜନଜାତି ସୁରକ୍ଷା ମଞ୍ଚ ତରଫରୁ ତହସିଲଦାର ଗୀତା ମୁର୍ମୁ ଙ୍କୁ ଫୁଲତୋଡ଼ା ଓ ଉପ ଢଉକନ ଦେଇ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା।ଏହି ଅବସରରେ ଜନଜାତି ସୁରକ୍ଷା ମଞ୍ଚ ତରଫରୁ ଡ଼ାବୁଗାଁ ବ୍ଲକ ରେ ମିଥ୍ୟା ଆଦିବାସୀ ପ୍ରମାଣ ପତ୍ର ହାତେଇ ଚାକିରି କରୁଥିବା ଅଣ ଆଦିବାସୀ ଙ୍କୁ ଚିହ୍ନଟ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଥିଲେ।ସୂଚନା ଥାଉ କି ଡ଼ାବୁଗାଁ ତହସିଲଦାର ହରି ଓମ ଭୋଇ ତାଲିମ ପାଇଁ ଭୁବନେଶ୍ୱର ଯାଇଥିବା ବେଳେ ଗତ ଏକ ମାସ ହେଲା ଏହି ପଦବୀ ଖାଲି ରହିଥିଲା। ପାପଡ଼ାହାଣ୍ଡି ତହସିଲଦାର ଅତିରିକ୍ତ ଦାୟିତ୍ବ ତୁଲାଉ ଥିଲେ। ତେବେ ବାଲେଶ୍ଵର ଜିଲ୍ଲା ରେ ଡେପୁଟି କଲେକ୍ଟର ଭାବେ କାର୍ଯ୍ୟ କରୁଥିବା ଗୀତା ମୁର୍ମୁ ଙ୍କୁ ଡ଼ାବୁଗାଁ ତହସିଲଦାର ଭାବେ ବଦଳି କରାଯାଇଥିବା ବେଳେ ଶ୍ରୀମତୀ ମୁର୍ମୁ ସୋମବାର କାର୍ଯ୍ୟ ରେ ଯୋଗ ଦେଇଛନ୍ତି। ସେହିପରି ପୂର୍ବତନ ତହସିଲଦାର ହରି ଓମ ଭୋଇଙ୍କୁ ସମ୍ବଲପୁର ମହାନଗର ନିଗମ ର ଡେପୁଟି କମିଶନର ଭାବେ ନିଯୁକ୍ତି ଦିଆଯାଇଛି।
ଆଜି ର ଏହି ସ୍ଵାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଡ଼ାବୁଗାଁ ବ୍ଲକ ଜନଜାତି ସୁରକ୍ଷା ମଞ୍ଚ ସଭାପତି ମୋହନ ସିଂ ଗଣ୍ଡ, ସମ୍ପାଦକ ରାଇ ସିଂ ପୂଜାରୀ, ଦକ୍ଷିଣ ଓଡ଼ିଶା ଆଦିବାସୀ ମହାସଂଘ ଉପ ସଭାପତି ନରସିଂହ ମାଝୀ, ଜୁନା ପାଣି ସରପଞ୍ଚ ଦୟାନିଧି ଭତରା, ଅଞ୍ଚଳା ସରପଞ୍ଚ ରମେଶ ମାଝୀ, ଡଙ୍ଗରିଗୁଡ଼ା ସରପଞ୍ଚ ରାମ କୁମାର ଗଣ୍ଡ, ହିରନ ମାଝୀ, ମୋହନ ନାୟକ, ଫୁଲ ସିଂ ଜାନି,ଦୟାନିଧି ବଞ୍ଜାରା, ହିରନ୍ୟ ମାଝୀ, ଭଦର ମାଝୀ,ରାମ ଜାନି ସହ ଅନ୍ୟମାନେ ଉପସ୍ଥିତ ଥିଲେ।