ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବ୍ଲକ୍ ର ଉଢ଼ୁରା ଗ୍ରାମ ପଞ୍ଚାୟତ ଠାରେ ବିକଶିତ କୃଷି ସଂକଳ୍ପ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଭାରତୀୟ କୃଷି ଅନୁସନ୍ଧାନ ପରିଷଦ(ଆଇସିଏଆର) ଅନ୍ତର୍ଗତ ସମସ୍ତ କେନ୍ଦ୍ରୀୟ ଅନୁଷ୍ଠାନ, ରାଜ୍ୟ ସରକାରଙ୍କ ବିଭିନ୍ନ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅଭିଯାନରେ ଆଇଆଇଡବ୍ଲୁଏମ ର ବୈଜ୍ଞାନିକ ଡା. ବି. ଏସ୍ ଶତପଥି, ସିଫା ର ବୈଜ୍ଞାନିକ ଡ଼ା. ବି. ସି. ମହାପାତ୍ର,କୃଷି ବିଜ୍ଞାନ କେନ୍ଦ୍ର ଗଞ୍ଜାମ -୧ ର ବୈଜ୍ଞାନିକ ଡ଼ା. ସନ୍ତୋଷ କୁମାର ସାମନ୍ତରାୟ, ଅନିତା ପାତ୍ର,ଆଇଆଇଡବ୍ଲୁଏମ ର ଡ଼ା. ଆର୍. କେ ଜେନା,କୃଷି ଜିଲ୍ଲା ଅଧକାରୀ ବ୍ୟୋମକେଶ ମିଶ୍ର, ଭଞ୍ଜନଗର,ଗୋଷ୍ଠୀ କୃଷି ଅଧିକାରୀ ଏ.କେ ମହାପାତ୍ର, ସହକାରୀ କୃଷି ଅଧିକାରୀ ସଂଘମିତ୍ରା ଦାସ, ସହକାରୀ ମତ୍ସ୍ୟ ଅଧିକାରୀ ଶୁଭେନ୍ଦୁ ଆଚାର୍ଯ୍ୟ,ଉଦ୍ୟାନ କୃଷି ଏବଂ ମୃତ୍ତିକା ସଂରକ୍ଷଣ ବିଭାଗର କର୍ମକର୍ତ୍ତା,ସରପଞ୍ଚ ପ୍ରଧିନିଧି ପଞ୍ଚାନନ ସାମଲ,ୱାର୍ଡ ମେମ୍ବର ଆଦି ଯୋଗଦାନ ଦେଇଥିଲେ। କୃଷି ବିଜ୍ଞାନ କେନ୍ଦ୍ର ର ବରିଷ୍ଠ ବୈଜ୍ଞାନିକ ଡ଼ା.ସୁତନୁ କୁମାର ଶତପଥୀ ଅତିଥି ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ୨୫୦ ଜଣ ଚାଷୀ ଭାଇ ଭଉଣୀଙ୍କୁ ଉପସ୍ଥିତ ଅଧିକାରୀମାନେ ନୂତନ ବିହନର କିସମ ସମ୍ପର୍କରେ ସଚେତନତା କରିବା ସହ ଜଳବାୟୁ ପରିବର୍ତ୍ତିତ ଚାଷ, ଫସଲ ବୀମା ଯୋଜନା,ଚାଷୀ ପଞ୍ଜିକରଣ, ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ଓ ବିଭିନ୍ନ କୃଷି ସମସ୍ୟା ର ସମାଧାନ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ କୃଷି ବିଭାଗ ର କୃଷି ଅଧିଦର୍ଶକ, ଗ୍ରାମ୍ୟ କୃଷି କର୍ମଚାରୀ,ଏଟିମ୍, କୃଷକ ସାଥି ମାନେ ଉପସ୍ଥିତ ରହି କୃଷି ପଞ୍ଜିକରଣ କାର୍ଯ୍ୟ ରେ ସହଯୋଗ କରିଥିଲେ l
Sign in
Sign in
Recover your password.
A password will be e-mailed to you.