ବଡ଼ବିଲରେ ବିପୁଳ ପରିମାଣର ନିଶା ସାମଗ୍ରୀ ଜବତ, ୩ ଅଭିଯୁକ୍ତ ଗିରଫ

0

ବଡ଼ବିଲ (ଶାସକ ପ୍ରଶାସକ) ବଡ଼ବିଲ ଥାନା ଅନ୍ତର୍ଗତ ବେଲକୁଣ୍ଡି ଫୁଟବଲ ପଡିଆ ନିକଟରୁ ବିପୁଳ ପରିମାଣର ନିଶା ସାମଗ୍ରୀ ଜବତ କରିଛି ପୋଲିସ। ସୂଚନା ଅନୁଯାୟୀ ଆଜି ବେଲକୁଣ୍ଡି ଫୁଟବଲ ପଡିଆ ନିକଟରେ ନିଶା ସାମଗ୍ରୀ କାରବାର ହେବାକୁ ଥିବାର ସୂଚନା ପାଇ ବଡ଼ବିଲ ପୋଲିସର ଏକ ଟିମ ଅଚାନକ ଚଢ଼ାଉ କରିଥିଲା। ଘଟଣାସ୍ଥଳରୁ ପୋଲିସ ଦୁଇଟି ବସ୍ତାରେ ଥିବା ଡୋଡା ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି। ଅଫିମ ଜାତୀୟ ଏହି ନିଶା ସାମଗ୍ରୀର ଆନୁମାନିକ ମୂଲ୍ୟ ୫ ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ବଡ଼ବିଲ ଥାନାଧିକାରୀ ଅଶୋକ କୁମାର ନାୟକ ସୂଚନା ଦେଇଛନ୍ତି। ଗିରଫ ୩ ଜଣ ହେଲେ ଝାଡଖଣ୍ଡ ଅଂଚଳର ପବନ ମହାତୋ, ଭୋଳନାଥ ମଣ୍ଡଳ ଏବଂ ସୁରୁ ଦାସ। ତେବେ ଏହି ରାକେଟରେ ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ଥାନାଧିକାରୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.