କୃଷି ବିଭାଗ ଦ୍ଵାରା ବିଭିନ୍ନ ବିହନ ବିକ୍ରୟ କେନ୍ଦ୍ର ଯାଞ୍ଚ

0 1

ଅଣ ସ୍ୱୀକୃତି ପ୍ରାପ୍ତ ବିହନ ବିକ୍ରି କଲେ ଲାଇସେନ୍ସ ରଦ୍ଦ 

ନବରଙ୍ଗପୁର,୩୧/୫/୨୦୨୫: ଅଶୋକ ସାହୁ, ଶାସକ ପ୍ରଶାସକ,ଆଜି କୃଷି ବିଭାଗ ପକ୍ଷରୁ ଚନ୍ଦାହାଣ୍ଡି ବ୍ଲକ ବିଭିନ୍ନ ବିହନ ବିକ୍ରେତାଙ୍କ ଦୋକାନ ଗୁଡିକ ଏନଫୋର୍ସମେଣ୍ଟ ସ୍କୁଆଡ୍ ପକ୍ଷରୁ ଯାଞ୍ଚ କରାଯାଇଛି । ନବରଙ୍ଗପୁର ଉମରକୋଟ କୃଷି ଜିଲା ଅଧିକାରୀ ଅନିଲ କୁମାର ପ୍ରହରାଜ, କୃଷି ଜିଲ୍ଲା ଅଧିକାରୀ , ନବରଙ୍ଗପୁର ପ୍ରଣୟ କୁମାର ମନ୍ତ୍ରି, ବିହନ ନିରୀକ୍ଷଣ ଅଧିକାର ପ୍ରଶାନ୍ତ କୁମାର ବାଗ, ଚନ୍ଦହାଣ୍ଡି ତହସିଲଦାର ସହଦେବ କୁତୁର୍କ୍କା ଚନ୍ଦହାଣ୍ଡି ବ୍ଲକ ର ସାତଗୋଟି ବିହନ ବିକ୍ରୟ କେନ୍ଦ୍ର ଉପରେ ଚଢାଉ କରିଥିଲେ । ଚନ୍ଦହାଣ୍ଡି ପଞ୍ଚାୟତର ତରୁଣ ମଶ୍ରା, ହାନିଫ ଟ୍ରେଡର ଏବଂ ଏମ.ଡ଼ି. ଅଜିଜ, ଧୋଡିପାଣି ପଞ୍ଚାୟତର ନରେନ୍ଦ୍ର ନାୟକ ଓ ହୃଦା ବିଶି, ମୋହରା ପଞ୍ଚତୟତର ରାଜା ଟ୍ରେଡ଼ର୍ସ, ବାଲାଜୀ ପାଣ୍ଡିଙ୍କର ବିହନ ଦୋକାନ ରେ ଚଢାଉ କରି ଯାଞ୍ଚ କରିଥିଲେ। ପରିଲକ୍ଷିତ ହୋଇଥିବା
ଅନିୟମିତତା ଉପରେ ଉପରୋକ୍ତ ଅଧିକୃତ ବିକ୍ରେତା ମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ସାତ ଦିନ ମଧ୍ୟରେ, ଏମାନଙ୍କରଠାରୁ ସନ୍ତୋଷଜନକ ଉତ୍ତର ନ ମିଳେ, ଲାଇସେନ୍ସକୁ ସାମୟିକ ନୀଳମ୍ବନ କରାଯିବ । ପରବର୍ତୀ ପର୍ଯ୍ୟାୟରେ ଚଢାଉ ସମୟରେ ଯଦି କୌଣସି ଅଣ ସ୍ୱିକୃତିପ୍ରାପ୍ତ କମ୍ପାନୀ ମାନଙ୍କର ବିହନ ବିକ୍ରି ନଜର କୁ ଆସେ ତେବେ ସେମାନଙ୍କର ଲାଇସେନ୍ସ ସମ୍ପୂର୍ଣ ରଦ୍ଧ କରିବା ପାଇଁ ସୁପାରିଶ କରାଯିବ ବୋଲି ଜିଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.