ନବରଙ୍ଗପୁରରେ ପଞ୍ଚାୟତ ଉନ୍ନତି ସୂଚନାଙ୍କ ଦିନିକିଆ କର୍ମଶାଳା

0 1

ନବରଙ୍ଗପୁର,୩୧/୫/୨୦୨୫:ଅଶୋକ ସାହୁ, ଶାସକ ପ୍ରଶାସକ, ଆଜି ସ୍ଥାନୀୟ ଜିଲାପରିଷଦ ସମ୍ମିଳନୀ ଗୃହରେ ପଂଚାୟତ ଉନ୍ନତି ସୁଚନାଙ୍କ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି । ରାଜ୍ୟ ଗ୍ରାମ୍ୟ ଉନ୍ନୟନ ତଥା ପଞ୍ଚାୟତିରାଜ ନିର୍ଦ୍ଧେଶକ ସୁରେନ୍ଦ୍ର କୁମାର ମିନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ଜିଲାପାଳ ଡ଼ା ଶୁଭଙ୍କର ମହାପାତ୍ର, ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ, ଜିଲାପରିଷଦ ଅତିରିକ୍ତ ନିର୍ବାହୀ ଅଧିକାରୀ ଯଦୁମଣି ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହି କର୍ମଶାଳାରେ ସମସ୍ତ ବିଡ଼ିଓ, ଜିପିଡିଓ, ପିଇଓ, ଆରଜିଏସ ଡିପିଏମ, ପିଏମ(ଆଇଟି) , ସି ପି କର୍ମଶାଳାରେ ଭାଗ ନେଇଥିଲେ।

ଗ୍ରାମ ପଂଚାୟତ ସ୍ତରରେ ସ୍ଵଛତାର ସହ ସୂଚନା ଦ୍ୱାରା ବିକାଶକୁ କିଭଳି ତ୍ୱରାନ୍ୱିତ କରାଯିବ ଓ ପ୍ରଣୟନ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମର ପରିମାପକର ଉନ୍ନତି କୁ ଦୃଷ୍ଟିରେ ଏହି କର୍ମଶାଳା ଅନୁଷ୍ଠିତ ହୋଇଥିଲା । ପରିମାପକ ଦ୍ୱାରା ଗ୍ରାମ ପଂଚାୟତ ଗୁଡିକ ଜାତୀୟ ପଂଚାୟତ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଥାନ୍ତି। ଏଥିରେ ପ୍ରଶିକ୍ଷଣ ଅଧିକାରୀ ଭାବେ ତପନ କୁମାର ମିଶ୍ର, ରାକେଶ କୁମାର ପାଲ, ପ୍ରବୀଣ କୁମାର ପଟନାୟକ, ସିଡିଓ ବିରଞ୍ଚି ନାରାୟଣ ଦରୱାନ, ଅତିରିକ୍ତ ନିର୍ବାହୀ ଅଧିକାରୀ ଯଦୁମଣି ନାୟକ ପ୍ରମୁଖ ରହିଥିଲେ। ଏହି କର୍ମଶାଳାରେ ଜିଲା ଯୋଗାଣ ଅଧିକାରୀ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ, ଜିଲା ସମାଜ କଲ୍ୟାଣ ଅଧିକାରୀ, ଜିଲା ପ୍ରାଣୀ ସମ୍ପଦ ଅଧିକାରୀ, ଜିଲା ଶିକ୍ଷା ଅଧିକାରୀଙ୍କ ସମେତ ଜିଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.