ମହିଳା ଜନ ସଂଘର୍ଷ ସମିତି ପକ୍ଷରୁ ଭୋଜପୁର ରେ ଗ୍ରୀଷ୍ମକାଳୀନ ତାଲିମ ଶିବିର

0 2

 ଜମନକିରା,(ଲିପନ ନାଏକ): ଓଡିଶା ଶ୍ରମଜୀବୀ ମଞ୍ଚ, ମହିଳା ଶ୍ରମଜୀବୀ ମଞ୍ଚ ଓ଼ ଆତ୍ମଶକ୍ତି ଟ୍ରଷ୍ଟ ଓ଼ ଏହାର ୧୭ ଗୋଟି ଜିଲ୍ଲାର ସଦସ୍ୟ ସଂଗଠନ ମିଶି ପ୍ରାଥମିକ ସ୍ତରର ଚତୁର୍ଥ, ପଞ୍ଚମ ଓ଼ ଷଷ୍ଠ ଶ୍ରେଣୀର ପିଲାମାନଙ୍କ ପାଇଁ ଏକ ଗ୍ରୀଷ୍ମକାଳୀନ ଶିବିର ବା କମାଲ ର କ୍ୟାମ୍ପ ଆରମ୍ଭ କରିଛି । ବର୍ତ୍ତମାନ ଗ୍ରୀଷ୍ମ କାଳୀନ ଛୁଟି ପାଇଁ ବିଦ୍ୟାଳୟ ବନ୍ଦ ରହିଥିବା ହେତୁ ପିଲାମାନେ ବିଦ୍ୟାଳୟ କୁ ନ ଯାଇ ଖେଳ କୁଦ କରି ପାଠ୍ୟପୁସ୍ତକ ଠାରୁ ଦୂରରେ ରହୁଛନ୍ତି । ଏହାକୁ ଆଖିଆଗରେ ରଖି ପ୍ରତି ଗ୍ରମମାନଙ୍କରେ ଏହି ଶିବିର ଆରମ୍ଭ କରାଯାଉଛି । ଏହି ଶିବିରର ମୁଖ୍ୟ ଉଦ୍ଧେଶ୍ୟ ହେଉଛି ଯେ ପିଲାମାନଙ୍କ ଶ୍ରେଣୀର ସ୍ତର ଅନୁଯାୟୀ ପଠନ, ଲିଖନ ଓ଼ ମୌଳିକ ଗଣିତ ଦକ୍ଷତାକୁ ମଜବୁତ କରିବା ସହିତ ଏବେବି ଅନେକ ପିଲା ନିଜ ଶ୍ରେଣୀର ପାଠ୍ୟକ୍ରମ ସ୍ତର ପର୍ଯ୍ୟନ୍ତ ପହଞ୍ଚିବାରେ ସକ୍ଷମ ନାହାନ୍ତି ଯଦ୍ୱାରା ପାଠ ଶିଖିବା, ଲେଖିବା, ଚିହ୍ନିବା ଓ଼ ପଢିବାରେ ପିଲାମାନଙ୍କ ଭିତରେ ତାରତମ୍ୟ ଦେଖାଯାଉଛି କାରଣ ଚତୁର୍ଥ ଶ୍ରେଣୀ ପିଲାଟିଏ ତାର ପୂର୍ବ ଶ୍ରେଣୀ ଅର୍ଥାତ ତୃତୀୟ ଶ୍ରେଣୀ ର ପାଠ ପଢିବା ପାଇଁ ସକ୍ଷମ ନୁହେଁ, ଏହି ଶିକ୍ଷର ବ୍ୟବଧାନ ଦୁରକରିବା ପାଇଁ ସଂଗଠନ ତରଫରୁ ଶିବିର ଆୟୋଜନ କରାଯାଇଛି । ଏଣୁ ସମ୍ବଲପୁର ଜିଲ୍ଲା ମହିଲା ଜନ ସଂଘର୍ଷ ସମିତି ର ପ୍ରୟାସ ରେ ଜମନକିରା ବ୍ଲକ ଭୋଜପୁର ଠାରେ ୧୫ ଗୋଟି ଗ୍ରାମର ସ୍ବେଛାସେବୀ ମାନଙ୍କୁ ନେଇ ତାଲିମ ଶିବିର ହୋଇଅଛି l

Leave A Reply

Your email address will not be published.