ସାମ୍ବାଦିକ ସୁରକ୍ଷା ଆଇନ୍ ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀ ଙ୍କୁ ଜାବ ର ଦାବୀପତ୍ର ପ୍ରଦାନ

0 2

ବିଜେପୁର :ଅସୁରକ୍ଷିତ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ lସାମ୍ବାଦିକ ମାନଙ୍କୁ ଦେଶରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବରେ ଆଖ୍ୟା ମିଳିଥିବା ବେଳେ ବିଭିନ୍ନ ସମୟରେ ଅସୁରକ୍ଷିତ ତଥା ଅବହେଳିତ ହେଉଥ‌ିବାର ନଜରକୁ ଆସୁଛି lବର୍ତମାନ ସାମ୍ବାଦିକ ମାନେ ନିଜର ସ୍ବତନ୍ତ୍ରତା ଅନୁଯାୟୀ ସାମ୍ବାଦିକତା କରିବାକୁ ଅସମର୍ଥ କାରଣ ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର କୌଣସି ବିହିତ ପଦକ୍ଷେପ ନେଇନାହାନ୍ତି । ଯେଉଁ ସାମ୍ବାଦିକ ସମାଜରେ ହେଉଥ‌ିବା ଅନ୍ୟାୟ ଅତ୍ୟାଚାର ଦୁର୍ନୀତିକୁ ଲୋକଲୋଚନକୁ ଆଣିଥାଏ ତାକୁଅତ୍ୟାଚାର ଦୁର୍ନୀତିକୁ କେତେବେଳେ ରାଜନେତାର ଚାପ ତ କେତେବେଳେ ଠିକାଦାର ମାନଙ୍କ ଅତ୍ୟାଚାର ର ସାମ୍ନା କରିବାକୁ ପଡୁଛି । ବିନା ଦରମାରେ ସମାଜ ସେବାରେ କାର୍ଯ୍ୟରତ ସାମ୍ବାଦିକମାନେ କାହାରିକୁ ଖାତିର ନକରି ସତ୍ୟର ସନ୍ଧାନ ପଥରେ ଚାଲି ଥାଆନ୍ତି କାରଣ ସେ ହେଉଛି ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ଭ । ବଲାଙ୍ଗିର ଅଞ୍ଚଳରେ ଜଣେ ଠିକାଦାର ଜଣେ ବରିଷ୍ଠ ସାମ୍ବାଦିକଙ୍କୁ କଙ୍ଗାରୁ କୋର୍ଟ କରି ମାଡ଼ ମାରିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ । ତଥାପି ରାଜ୍ୟ ସରକାର ସାମ୍ବାଦିକ ସୁରକ୍ଷା ପ୍ରତି କୌଣସି ଚରମ ପଦକ୍ଷେପ ନନେବା ଅତି ଦୁଃଖର କଥା । ତେଣୁ ଆଜି ରାଜ୍ୟ ରେ ସାମ୍ବାଦିକ ସୁରକ୍ଷା ପାଇଁ ପଦକ୍ଷେପ ନେବା ନିମନ୍ତେ ଓୟୂଜେ ର ନିର୍ଦ୍ଦେଶ କ୍ରମେ ମେ ବିଭିନ୍ନ ଦାବି ନେଇ ଜର୍ଣ୍ଣଲିଷ୍ଟ ଏସୋସିଏସ ।ସିଏସନ୍ ଅଫ୍ ବରଗଡ(ଜାବ୍) ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାପାଳ ଶ୍ରୀମତୀ ମଧୁଛନ୍ଦା ସାହୁଙ୍କୁ ଏକ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍କ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏହି ଦାବୀ ଗୁଡ଼ିକ ହେଲା ବଲାଙ୍ଗିର ସାମ୍ବାଦିକ ଙ୍କୁ ମାଡ ଘଟଣା ରେ ଗିରଫ ଅଭିଯୁକ୍ତ ବିରୋଧରେ ଦୃଷ୍ଟାନ୍ତ ମୂଳକ ଦଣ୍ଡବିଧାନ କରାଯିବା ସହ ଛତିଶଗଡ ଓ ସାମ୍ବାଦିକ ସୁରକ୍ଷା ଆଇନ୍ ପ୍ରଣୟନ ମହାରାଷ୍ଟ୍ର ଢାଞ୍ଚାରେ ଓଡ଼ିଶାରେ ଲାଗୁ କରିବା ପାଇଁ ଆମେ ଏହି ସ୍ମାରକ ପତ୍ର ମଧ୍ୟମ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନିକଟରେ ଦୃଢ଼ ଦାବୀ ସହିତ ବର୍ତ୍ତମାନ ର ସରକାର କାର୍ଯ୍ୟକାଳ ଏକ ବର୍ଷ ପୁରିବାକୁ ଯାଉଥିବା ବେଳେ ଓୟୁଜେ ର ମୂଳ ଦାବୀ ଅନ୍ୟ ରାଜ୍ୟ ଭଳି ସାମ୍ବାଦିକଙ୍କୁ ପେନସନ ପ୍ରଦାନ ଓ ୧୬ ବର୍ଷ ଧରି ଶୀତଳ ଭଣ୍ଡାରରେ ଥ‌ିବା ସାମ୍ବାଦିକ ଅଧୂସ୍ବୀକୃତି କମିଟିର ପୁନର୍ଗଠନ,ଅନୁକମ୍ପା ମୂଳକ ସହାୟତା ରାଶିର ପରିମାଣକୁ ୮ ଲକ୍ଷ ଟଙ୍କାକୁ ବୃଦ୍ଧିଓ ସ୍ବାସ୍ଥ୍ୟ ବୀମା ରାଶି କୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ବାବଦରେ ରୁରନ୍ତ ନିଷ୍ପତ୍ତ ନେଇ ଜୁନ ୧୨ ପୂର୍ବରୁ ଘୋଷଣା କରିବାକୁ ଦାବୀ କରାଯାଇଛି।
ଜଣ୍ଡଲିଷ୍ଟ ଏସୋସିଏସନ ଅଫ ବରଗଡ(ଜାବ) ର ସଭାପତି ରବି ପଣ୍ଡା ଙ୍କ ନେତୃତ୍ୱରେ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେଶ ଦାଶ, ସାଧାରଣ ସମ୍ପାଦକ ବଦ୍ରୀ ପ୍ରସାଦ ସାହୁ,ବ୍ୟୋମକେଶ କର, ଓ ଜାଵ ର ବରଗଡ ଜ଼ିଲ୍ଲା ର ବିଭିନ୍ନ ବ୍ଲକ ରୁ ଆସିଥିବା ସାମ୍ବାଦିକ ପ୍ରମୁଖ ରହିଥିଲେ।

Leave A Reply

Your email address will not be published.