ଗାଇସିଲେଟ /ମନ ଡନସନା :- ପହଲଗାମ ଆତଙ୍କବାଦୀ ହମଲା ର ଦୃଢ଼ ଜବାବ ରେ ଅପରେସନ ସିନ୍ଦୁର କରାଯାଇଥିଲା। ଅପରେସନ ସିନ୍ଦୁର ର ସଫଳତା ପାଇଁ ୟଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଆହ୍ୱାନ ରେ ସାରା ଭାରତ ବର୍ଷରେ ଦେଶ ର ସୈନ୍ୟ ବାହିନୀ ମାନଙ୍କ ସମ୍ମାନରେ ତ୍ରିରଙ୍ଗା ଯାତ୍ରା କରାଯାଉଛି। ଏହି ତ୍ରିରଙ୍ଗା ଯାତ୍ରା ଭାରତୀୟ ସେନାର ର ମନୋବଳ ଏବଂ ସାହାସ କୁ ଆହୁରି ବୃଦ୍ଧି କରିବ। ଏହି ପରୀପ୍ରେକ୍ଷୀରେ ଆଜି ଗାଇସିଲେଟ ବ୍ଲକ ରେ ଯୁବ ନେତା ଯଜ୍ଞେଶ୍ଵର ପଧାନ ଙ୍କ ନେତୃତ୍ବରେ ପରାକ୍ରମ ଶୋଭାଯାତ୍ରା ବାଇକ ର଼୍ୟାଲି ର ଆୟୋଜନ କରାଯାଇଥିଲା। ଏହି ଶୋଭାଯାତ୍ରା ରେ ମୁଖ୍ୟ ଅତିଥି ରୂପେ ୱିନର ବ୍ରାଇଟ ଫ୍ୟୁଚର ସ୍କୁଲ ଚେୟାରମେନ ଶ୍ରୀକାନ୍ତ ମିଶ୍ର , ସମ୍ମାନିତ ଅତିଥି ଭାବେ ଗାଇସିଲେଟ ଆରକ୍ଷୀ ଅଧିକାରୀ ଶଶୀଭୂଷଣ ମିଶ୍ର ଏବଂ ଅବସରପ୍ରାପ୍ତ ସେନା ଜବାନ ସୁରୁଲାଲ ମାଝି ଜବାନ , ଅବସରପ୍ରାପ୍ତ ପୋଲିସ ଅଧିକାରୀ ଅନ୍ତର୍ଯ୍ୟାମୀ ପଧାନ, ଆଦିବାସୀ ସଂଘ ସଭାପତି ଶଶୀଭୂଷଣ ବରିହା, ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ।ଏହି ପରାକ୍ରମ ଶୋଭାଯାତ୍ରା ଗାଇସିଲେଟ କଲେଜ ଛକ ରୁ ବାହାରି ଗାଇସିଲେଟ ବସଷ୍ଟାଣ୍ଡ, ଗାଇସିଲେଟ ବସ୍ତି, ଶହୀଦ ଛକ, କଲଙ୍ଗାପାଳି ଏବଂ ବୁରୋମୁଣ୍ଡା ଗ୍ରାମ ପରିକ୍ରମା କରିଥିଲେ । ଏହି ଶୋଭାଯାତ୍ରା ରେ ଗାଇସିଲେଟ ବ୍ଲକର ବିଭିନ୍ନ ସଂଗଠନ, ଅବସରପ୍ରାପ୍ତ ଶିକ୍ଷକ, ଯୁବ ଗୋଷ୍ଠୀ ଯୋଗଦାନ କରିଥିଲେ। ଶୋଭାଯାତ୍ରା ରେ ଦୁଇ ଶହ ରୁ ଉର୍ଦ୍ଧ୍ବ ବାଇକ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସଂଜୟ ଜରଜରିଆ, ବିପିନ ସାହୁ, ଝସକେତନ ପଧାନ, କୈଳାସ ଷଣ୍ଢ, ହେମନ୍ତ ଭୋଇ, ତନ୍ମୟ ପୁରୋହିତ, ଟିକେଶ୍ବର ବରିହା, ପ୍ରଶାନ୍ତ ମିର୍ଦ୍ଧା, ମୀନକେତନ ସାହୁ, ଶୁଭେନ୍ଦୁ ସାହୁ, ସୋମନାଥ ସାହୁ,ରବି ସାହୁ ପ୍ରମୁଖ ସଫଳତା ର ସହିତ ସମ୍ପାଦନ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post