ବିଜେପୁର :-ଦୁନିଆକୁ ଆହର ଯୋଗାଉଥିବା ଚାଷୀ ମୁଣ୍ଡରେ ଚଡ଼କ ପଶିଛି।ଠିକ ଅମଳ ବେଳେ ଦାଉ ସାଜିଛି କାଳବୈଶାଖୀ ବର୍ଷା ।ପ୍ରାକୃତିକ ବିପର୍ଯ୍ୟୟରେ ସମ୍ଭୁଖିନ ଚାଷୀ ଏଥର ଚାଷରେ ଭଲ ଉତ୍ପାଦନ କରିବାର ଆଶାନେଇ ଦିନରାତି ହାଡ଼ଭଙ୍ଗା ପରିଶ୍ରମ କରି ଚାଷ କରିଥିଲା ହେଲେ ଠିକ ଅମଳ ବେଳେ କାଳବୈଶାଖୀ ବର୍ଷା ଚାଷୀର ମେରୁଦଣ୍ଡକୁ ଦୋହଲାଇ ଦେଇଥିବା ବେଳେ ଅମଳ ଧାନ ବର୍ଷାରେ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଉପୁଜିଛି ।କେତେକ ଚାଷୀଙ୍କ ଧାନ ବର୍ତ୍ତମାନ ପର୍ଯ୍ୟନ୍ତ କଟା ନହୋଇ ଜମିରେ ରହିଥିବା ବେଳେ ଆଉ କେତେକ ଚାଷୀଙ୍କ କଟା ଧାନପେଟା ଚାଷ ଜମିରେ ରହି ବର୍ଷା ପାଣିରେ ଧୋଇ ହୋଇ ଯାଇଛି।ଫଳରେ ଯଦି ଆଉ ୩/୪ଦିନ ବର୍ଷା ପାଣିରେ ରୁହେ ତେବେ କଟା ଧାନ ସମ୍ପୂର୍ଣ୍ଣ ନଷ୍ଟ ହେବାସହ ଗଜା ସୃଷ୍ଟି କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି।ଅନ୍ୟପକ୍ଷରେ କେତେକ ଚାଷୀ ଜମିରୁ କଟା ଧାନ ଆଣିଥିଲେ ମଧ୍ୟ ସ୍ଥାନ ଅଭାବ ଓ ବର୍ଷା ଲାଗି ରହିଥିବାରୁ ତାହା ଶୁଖାଇବାରେ ସମସ୍ୟା ଦେଖାଦେଇଛି ।ବାଧ୍ୟ ହୋଇ ଚାଷୀ ବର୍ଷାକୁ ଖାତିର ନକରି କଟା ଧାନର ରକ୍ଷା ନେଇ ତାଳପନି ସହାୟତାରେ ଘୋଡେଇ ରଖିଛି ।ବିଗତ ବର୍ଷ ମାନଙ୍କ ଅପେକ୍ଷା ଚଳିତ ରବି ଋତୁରେ ସମ୍ପ୍ରତି ବିଜେପୁର ବ୍ଲକ ଅଞ୍ଚଳରେ ଭଲ ଧାନ ଫସଲ ହୋଇଥିଲା ।ଧାନକୁ ମଣ୍ଡିରେ ବିକ୍ରି କରି ବେଶ ଦି ପଇସା ରୋଜଗାର ହେବ ଏବଂ ସାହୁକାରରୁ ଆଣିଥିବା କରଜ ପରିଶୋଧ କରିବ ବୋଲି ଚାଷୀ ଆଶା ରଖିଥିଲା ହେଲେ କାଳବୈଶାଖୀ ବର୍ଷା ଚାଷୀ ମାନଙ୍କର ସବୁ ଆଶାକୁ ଭାଙ୍ଗି ଦେଇଛି। ଏଭଳି ପରିସ୍ଥିତିରେ ଓଦା ଧାନକୁ ନେଇ କଟଣି ଛଟଣୀ ଓ ମକ୍ସଚର୍ ପରିମାଣ ବେଶି ବାହାରିବାର ସମ୍ଭାବନା ରହିଛି । ସେହିପରି ପନିପରିବା ଚାଷରେ ମଧ୍ୟ ବ୍ୟାପକ କ୍ଷତି ଘଟିଥିବା ଜଣାପଡିଛି ।
Sign in
Sign in
Recover your password.
A password will be e-mailed to you.