ଅସ୍ତରଙ୍ଗ,:-୨୬/୦୫:-ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଛୁରିଆନା ପଂଚାୟତ ପୀର ଜାହାନିଆ ନିକଟସ୍ଥ କଲ୍ୟାଣ ମଣ୍ଡପରେ ପର୍ଯ୍ୟଟନ ବିଭାଗ ଓ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟୁରିଜିମ୍ ଆଣ୍ଡ ଟ୍ରାଭେଲ ମ୍ୟାନେଜମେଣ୍ଟ (ଆଇଆଇଟିଟିଏମ୍ )ପକ୍ଷରୁ ଲାଇଫି ଗାର୍ଡ ବା ସମୁଦ୍ର ତଟ ଜୀବନ ରକ୍ଷକ ପ୍ରଶିକ୍ଷଣ ଶିବିର ସୋମବାର ଦିନ ଉଦଘାଟନ ହୋଇଛି। ଏହି କାର୍ଯ୍ୟକ୍ରମ କୁ ଛୁରିୟାନା ଗ୍ରାମପଞ୍ଚଯାତ ସରପଞ୍ଚ ଶ୍ରୀ ଖିରୋଦ କାଣ୍ଡି, ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦ ଘାଟନ କରିଥିଲେ l ଅତିଥି ଭାବେ କୋଣାର୍କ ପର୍ଯ୍ୟଟନ ବିଭାଗ ଅଧିକାରୀ ଅମୀୟ କୁମାର ସେଠୀ, ଆଇଆଇଟିଟିଏମ୍ ପ୍ରଫେସର ଡ଼ଃ. ସ୍ୱଜନ ଶ୍ରୀୟନ, ବରିଷ୍ଠ ସାମ୍ବାଦିକ ଦୁଃଶାସନ ନାୟକ ଓ ମାନସ ଖଣ୍ଡୁଆଳ, ପ୍ରଶିକ୍ଷକ ଗଣେଶ ବାରିକ,ପ୍ରମୁଖ ଉପସ୍ଥିତ ଥିଲେ।ଏହି ପ୍ରଶିକ୍ଷଣ, ଶିବିର ଟି ୨୬ତାରିଖ ରୁ ଆରମ୍ଭ ହୋଇ ୩୦ ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ଧରି ଅନୁଷ୍ଠିତ ହେବ। ଶିବିର ରେ ସ୍ଥାନୀୟ ଅଞ୍ଚଳର ୫୦ ଜଣ, ଯୁବକ ଲାଇଫି ଗାର୍ଡ ତାଲିମ ପାଇଁ ଅଂଶ ଗ୍ରହଣ କରିଛନ୍ତି । ଏହି ତାଲିମର କିଛି ଦିନ ପରେ ପୁଣି ଦଶ ଦିନ ତାଲିମ ଦିଆ ଯିବ ବୋଲି ପର୍ଯ୍ୟଟନ ଅଧିକାରୀ ଶ୍ରୀ ସେଠି ପ୍ରକାଶ କରି ଛନ୍ତି l
Sign in
Sign in
Recover your password.
A password will be e-mailed to you.