ବେଲଗୁଣ୍ଠା–(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ସହରରେ ଚାଲିଥିବା ଐତିହାସିକ ମାଁ ବ୍ରାହ୍ମଣ ଦେବୀ ଯାତ୍ରା ଅବସରରେ ମାଁ ବ୍ରାହ୍ମଣ ଦେବୀ ଅସ୍ଥାୟୀ ପୀଠରେ ବିରାଜମାନ କରିଛନ୍ତି ।ଆଜି ପବିତ୍ର ସାବିତ୍ରୀ ଓଷା ଥିବାରୁ ବେଲଗୁଣ୍ଠା ଅଞ୍ଚଳର ଶତାଧିକ ମହିଳା ମାଁ’ଙ୍କ ଅସ୍ଥାୟୀ ପୀଠରେ ସାବିତ୍ରୀ ଓଷା ପାଳନ କରିଛନ୍ତି । ପରମ୍ପରାଗତ ସଂସ୍କୃତି ଓ ଐତିହ୍ୟ ଭରା ମାଁ ବ୍ରାହ୍ମଣ ଦେବୀ ଯାତ୍ରା ଅବସରରେ ବେଲଗୁଣ୍ଠା ମୁଖରିତ ହେଉଥିବା ବେଳେ ସାବିତ୍ରୀ ଓଷା ପାଇଁ ପୀଠରେ ପ୍ରଭାତ ସମୟରୁ ପ୍ରସ୍ତୁତି ଆରଂଭ ହୋଇଯାଇଥିଲା । ମଧ୍ୟାହ୍ନ ସମୟରେ ବେଲଗୁଣ୍ଠା ସହର ଓ ଏହାର ଆଖପାଖ ଅଞ୍ଚଳର ଶତାଧିକ ମହିଳା ଅସ୍ଥାୟୀ ପୀଠ ନିକଟରେ ଭୀଡ ଜମାଇଥିଲେ । ସାବିତ୍ରୀ ପୁରାଣ ଓ ପଣ୍ଡିତଙ୍କ ମନ୍ତ୍ର ଧ୍ୱନି ରେ ସେଠାରେ ଏକ ଆନନ୍ଦମୟ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।ଧୂପ,ଦୀପ, ନୈବେଦ୍ୟରେ ସୁଗନ୍ଧରେ ଅସ୍ଥାୟୀ ପୀଠ ସୁବାସିତ ହୋଇଥିଲା । ମହିଳାମାନଙ୍କ ହୁଳହୁଳି ଶବ୍ଦରେ ପୀଠ ପୁରି ଉଠିଥିଲା ।ନିଜ ସ୍ୱାମୀ ଙ୍କ ମଙ୍ଗଳ ମନାସି, ଦୀର୍ଘାୟୁ କାମନା କରି ଉପସ୍ଥିତ ମହିଳା ମାନେ ମାଁ ବ୍ରାହ୍ମଣ ଦେବୀଙ୍କ ଆଶିର୍ବାଦ ଭିକ୍ଷା କରିଥିଲେ ।କୋଳି ସାହି କମିଟି ତରଫରୁ ଯାବତୀୟ ପ୍ରସ୍ତୁତି କରାଯାଇଥିଲା ।ବ୍ରାହ୍ମଣ ନୀଳମାଧବ ପତି,ପ୍ରଶାନ୍ତ କୁମାର ପତି ଓ କୁନି ପଣ୍ଡିତ ସାଇପ୍ରସାଦ ପତି ପୌରହିତ୍ୟ କରିଥିବା ବେଳେ କୋଳି ସାହି କମିଟି ସଭାପତି ଲୋକନାଥ ପାତ୍ର, ସମ୍ପାଦକ ବିଭୂତି ପାତ୍ର,ଉପସଭାପତି ରାଧାକୃଷ୍ଣ ସ୍ୱାଇଁ, କୋଷାଧ୍ୟକ୍ଷ ନିତ୍ୟାନନ୍ଦ ପାତ୍ର, ସଦାଶିବ ପାଣିଗ୍ରାହୀ,ରଜନୀ ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.