ପୁରୀ, (ଅନିମେଶ ପଟ୍ଟନାୟକ): ଚଳିତବର୍ଷ ରଥଯାତ୍ରା ଉପଲେକ୍ଷ ଶ୍ରୀକ୍ଷେତ୍ରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ମିତ୍ରସଂଘ ପକ୍ଷରୁ ନବକଳେବର ରୋଡ ସ୍ଥିତ ଆଖଣ୍ଡଳମଣି ମନ୍ଦିର ନିକଟସ୍ଥ ମିତ୍ରସଂଘ କାର୍ଯ୍ଯାଳୟ ପରିସରରେ ତୃତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅନୁଷ୍ଠାନର ପ୍ରତିଷ୍ଠାତା ଅନନ୍ତ ଶତପଥୀ ଅଧ୍ୟକ୍ଷତା କରିଥିଲେ । ଜୁନ ୨୭ ତାରିଖ ରଥଯାତ୍ରା, ଜୁଲାଇ ୫ ତାରିଖ ବାହୁଡା ଯାତ୍ରାରେ ଭକ୍ତ ମାନଙ୍କୁ ମାଗଣା ଖାଦ୍ଯ ବଣ୍ଟନ ସହ ଗରମ ଗୁଳୁଗୁଳିରେ ଭକ୍ତ ମାନଙ୍କୁ ଗହଳି ଭିତରେ ଜଳ ସିଞ୍ଚନ ଏବଂ ଭକ୍ତ ମାନଙ୍କୁ ଗୋଟିଏ ଲେଖାଁଏ ଗଛ ବଣ୍ଟନ କରାଯିବ ଏଥିସହ ଗଛ ଲଗାନ୍ତୁ ଜୀବନ ବଞ୍ଚାନ୍ତୁ ବାର୍ତ୍ତା ପ୍ରଦାନ କରାଯିବ । ନବଦିନାତ୍ମକ ଯାତ୍ରାରେ ଜଳବଣ୍ଟନ କରାଯିବା ସହ ଭକ୍ତ ମାନଙ୍କ ସ୍ନାନ ପାଇଁ ପୁଷ୍କରିଣୀ ସଫେଇ ନିମନ୍ତେ ପ୍ରସ୍ତାବ ଗୃହୀତ ହୋଇଥିଲା । ସୁଵାସିନୀ ଶତପଥୀ ରାଜୀବ କୁମାର ମହାପାତ୍ର, ଆଲୋକ କୁମାର ମହାନ୍ତି, କପିଳେଶ୍ଵର ମହାପାତ୍ର, ସୌଭାଗ୍ଯ ପାଣିଗ୍ରାହୀ, ଜଗଜୀତ ବିଶୋଇ, ପ୍ରଦୀପ କୁମାର ପ୍ରଧାନ, ନାରାୟଣ ବିଶୋଇ, ରାଜା ଲେଙ୍କା, ସ୍ମୃତିରଞ୍ଜନ ପାଲ ପ୍ରମୁଖ ଉପସ୍ଥିତ ରହି ରଥଯାତ୍ରୀଙ୍କ ସେବା ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ କରିଥିଲେ । ଶେଷରେ ଅନୁଷ୍ଠାନର ମିଡିଆ ସଂଯୋଜକ ସୁଧାଂଶୁ ଶେଖର କର ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.