ବରଗଡ ଜ଼ିଲ୍ଲା ଗାଇସିଲେଟ ଠାରେ ଏକ କବିତା ଆସର ଅନୁଷ୍ଠିତ ହୋଇଯାଇଛି ଏହି ଅବସରରେ ନିକଟରେ ଇହଧାମ ତ୍ୟାଗ କରିଥିବା ବିଶିଷ୍ଟ କବି ବୃନ୍ଦାବନ ସାହୁଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା।
ସଭାର ସଭାପତି ନିରଞ୍ଜନ ପଣ୍ଡାଙ୍କ ସଭାପତିତ୍ବ ରେ ଉପ ସଭାପତି ସମାଜସେବୀ ରଞ୍ଜନ ପଣ୍ଡା, କ୍ରାନ୍ତିକବି ହରିଲାଲ ସାହୁ, ତହଁକ କୁଟୁମ ସମ୍ପାଦକ ରାଜେଶ ଦଣ୍ଡସେନା ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ। ବ୍ୟଙ୍ଗ କବି ଅର୍ଜୁନ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ ଏବଂ ସଂପାଦକ ବୈରାଗୀ ସାହୁ ଉଦ୍ଦେଶ୍ଯ ଜ୍ଞାପନ କରିଥିଲେ। ଦିଲିପ କୁମାର ମିଶ୍ରଙ୍କ ସଂଯୋଜନାରେ ଏକ କବିତା ଆସର ହୋଇଥିଲା ଏହି ଅବସରରେ ଶିକ୍ଷାବିତ ରବିନ୍ଦ୍ର ପଣ୍ଡା, ଉତ୍କଳ ପାଠୀ ମନୋରଞ୍ଜନ ପଧାନ, ପ୍ରମୋଦ କୁମାର କଲେତ, ଅଶେଷ କୁ ଦାସ, ଜୟନ୍ତ ସାହୁ , ସୁମନ୍ତ ସାହୁ, ଅନନ୍ତ ମେହେର, ଶ୍ରୀୟାକାନ୍ତ ଦାଶ ଯଦୁମଣି ସାହୁ, ରସିକ ବେହେରା, ଗିରିଶ ଚନ୍ଦ୍ର ପାତ୍ର, କୁମରମଣି ସାହୁ ପ୍ରମୁଖ କବିତା ପାଠ କରିଥିଲେ। ଶେଷରେ କବି ପୁସ୍ତମ ଜୁଆଡି ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post