ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ବ୍ଲକ ବିଜାଡିହି ଠାରେ କୁଣହାଁ କିସାନ୍ ସମାଜର କୁଲାବିରା ମହାଗୁଡି ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ଗ୍ରାମ୍ୟ ଉନ୍ନୟନ ଓ ଜଳ ଯୋଗାଣ ମନ୍ତ୍ରୀ ରବି ନାରାୟଣ ନାଏକ,ସମ୍ମାନିତ ଅତିଥି ଭାବେ ରାଜ୍ୟ କିସାନ (କୁଣହା଼)ସଭାପତି ମୋହନ ଲାଲ କିସାନ, ଗୋଲବଦନ କିସାନ,ଚନ୍ଦ୍ରଶେଖର ବରୁଆ,ପବିତ୍ର କିସାନ,ପଞ୍ଚାନନ ପ୍ରଧାନ,ଜଗନ୍ନାଥ ଲାକଡ଼ା,ମନବୋଧ ମାଝୀ,ବେଣୁଧର କିସାନ ପ୍ରମୁଖ ଯୋଗ ଦେଇ ସାମାଜିକ ପତାକା ଉତ୍ତୋଳନ କରି ପ୍ରଭୁ ବିଘ୍ନରାଜ ଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ।ଏହି କାର୍ଯ୍ୟକ୍ରମରେ ଲେଫ୍ରିପଡ଼ା ,ଟାଙ୍ଗରପାଲି ଓ ହେମଗିରି ବ୍ଲକ ର ସମସ୍ତ କୁଣହାଁ ସମାଜର ଲୋକେ ଏକତ୍ରିତ ହୋଇ ଥିଲେ।କାହିଁ କେଉଁ କାଳରୁ ଜାତି ସମାଜର ଲୋକେ ଆଜି ଅନ୍ଧବିଶ୍ୱାସ ର ବଶବର୍ତ୍ତୀ ହେଉଥିବା ବେଳେ ଯୁବପିଢି ନିଶାଗ୍ରସ୍ତ ହୋଇ ଶିକ୍ଷା।ଭଳି ଏକ ସମ୍ବେଦନଶୀଳ ପରମ୍ପରାରୁ ଦୂରେଇ ରହୁଛନ୍ତି।ଏହି ସମାଜ ପ୍ରଥମେ ମିର୍ଦ୍ଧା,ମାଟିଆ କୁଡ଼ା କିସାନ ନାମରେ ନାମିତ ଥିଲେ।
କାହିଁ କେଉଁ ଆବହମାନ କାଳରୁ ଏହି କୁଣହାଁ କିସାନ ସମାଜ ଐତିହ୍ୟ ସଂସ୍କୃତି ଓ ପରମ୍ପରା କୁ ପାଥେୟ କରି ବଜାୟ ରଖିବାକୁ ଉଦ୍ୟମ କରୁଥିବା ବେଳେ ଆଜିର ଆଧୁନିକ ସମାଜରେ ଜାତି ସମାଜର ଯୁବାବର୍ଗ ଆଧୁନିକତାର ବଶବର୍ତ୍ତୀ ହୋଇ ଅସାମାଜିକ କାର୍ଯ୍ୟକଳାପ,ନିଶା ସେବନ କରି ପଥଭ୍ରାଷ୍ଟ ହୋଇ ନିଜ ପୂର୍ବ ପୁରୁଷମାନଙ୍କର ସଂସ୍କୃତି ପରମ୍ପରାକୁ ଭୁଲିବାକୁ ବସିଲେଣି।ମହିଳା ମାନଙ୍କ ମଧ୍ୟରେ ସହଭାଗିତା ଭିତ୍ତିରେ କିପରି ସ୍ବାବଲମ୍ବୀ କରିବା ସହ ଏହି ଜାତି ସମାଜର ଅନେକ ଖ୍ରୀଷ୍ଟୀୟ ଧର୍ମ ପ୍ରଚରକଙ୍କ ପ୍ରରୋଚନାରେ ପଡି ଧର୍ମ ପରିବର୍ତନ କରୁଥିବା ବେଳେ ଆଜିବି ଅନେକ ଲୋକ ଗୁଣି ଗାରେଡ଼ି କୁ ବିଶ୍ୱାସ କରି ଜୀବନ ହରାଉଛନ୍ତି ।ସେ ଦିଗରେ ଏହି ୫୫୦ କୁଣହାଁ କିସାନ ସମାଜ ଚେଷ୍ଠିତ ରହି କିପରି ଭାବରେ ମୁଖ୍ୟ ସ୍ରୋତରେ ସାମିଲ କରାଯାଇ ପାରିବ,ଏହାହିଁ ହେଉଛି ଆଜିର କାର୍ଯ୍ୟକ୍ରମର ମୂଳ ଲକ୍ଷ ବୋଲି କହିଛନ୍ତି ଅତିଥି ଗଣ।ପିତାମ୍ବର କିସାନ ମଞ୍ଚ ପରିଚାଳନା କରିଥିଲେ |ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି |