କୁଚିଣ୍ଡା, (ଲିପନ ନାଏକ )ବାମରା ବାମରା ବ୍ଲକ ସଦର ମହକୁମା ସ୍ଥିତ ବ୍ଲକ ଛକ ଅଞ୍ଚଳ ରେ ଏକ ଅଜବ ଘଟଣା ଟି ଘାଟି ଯାଇଛି। ଏକ ତେଜରାତି ଦୋକାନ ସାମନା ପଟରେ ପୋଲିସ ଜଗି ରହିଥିବା ବେଳେ ପଛ ପଟରୁ ଦୋକାନ ଆଜବେଷ୍ଟସ ଭାଙ୍ଗି କେହି ଦୁର୍ବୃତ୍ତ ବିଭିନ୍ନ ସାମଗ୍ରୀ ଚୋରି କରି ନେଇ ଥିବା ଅଭିଯୋଗ ରହିଛି। ସୂଚନା ଅନୁସାରେ ଗତ ପ୍ରାୟ ଏକ ମାସ ପୂର୍ବରୁ ବାମରା ଗୋବିନ୍ଦପୁର ଅଞ୍ଚଳ ରେ ଏକ ବଡ଼ ଧରଣ ର ସଶସ୍ତ୍ର ଡକାୟତି ହୋଇ ଥିବା ବେଳେ ଉକ୍ତ ଘଟଣା ପର ଠାରୁ ବିଶେଷ କରି ଦୋକାନ ବଜାର ଥିବା ବାମରା ବ୍ଲକ ଛକ ଅଞ୍ଚଳ ରେ ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରାଯିବା ସହ ପୋଲିସ ପେଟ୍ରୋଲିଂ ମଧ୍ୟ ଜୋରଦାର ଚାଲିଛି। ଗତ ବୁଧବାର ରାତିରେ ମଧ୍ୟ ବାମରା ହସ୍ପିଟାଲ ଛକ, ବ୍ଲକ ଛକ, ପଞ୍ଜାବ ନେସନାଲ ବ୍ୟାଙ୍କ୍ ଓ ପୁରୁଣା ବସଷ୍ଟାଣ୍ଡ ଛକ ଅଞ୍ଚଳ ରେ ହୋମ ଗାର୍ଡ ମାନେ ସଜାଗ ହୋଇ ଡ୍ୟୁଟି କରୁ ଥିଲେ। ମାତ୍ର ପୋଲିସ କୁ ଚକମା ଦେଇ କେହି ଦୁର୍ବୃତ୍ତ ବ୍ଲକ ଛକ ର ପ୍ରେମାନନ୍ଦ ସାହୁ ଙ୍କ ତେଜରାତି ଦୋକାନ ରେ ପଛ ପଟୁ ଆଜବେଷ୍ଟସ ଭାଙ୍ଗି ଦୋକାନ ରେ ଥିବା ରାସନ୍ ସାମଗ୍ରୀ ସହ କିଛି ଟଙ୍କା ଚୋରି କରି ନେଇ ଥିଲେ। ହେଲେ ଆଗ ପଟରେ ପୋଲିସ ଜଗି ରହିଥିବା ବେଳେ ପଛ ପଟରୁ ଦୋକାନ ଚୋରି ଘଟଣା ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ହୋଇଛି। ପୋଲିସ ଡାଲେ ଡାଳେ ତ ଚୋର ପତ୍ରେ ପତ୍ରେ ବୋଲି ଲୋକ କହି ବୁଲୁଛନ୍ତି। କଡାକଡି ପୋଲିସ ପେଟ୍ରୋଲିଂ ସତ୍ତ୍ବେ ପୋଲିସ ନାକ ତଳେ ଚୋରି ଘଟଣା ଏକ ପ୍ରକାର ପୋଲିସ କୁ ଖୋଲା ଚ୍ୟାଲେଞ୍ଜ ବୋଲି ସାଧାରଣ ରେ ମତ ପ୍ରକାଶ ପାଇଛି।
Sign in
Sign in
Recover your password.
A password will be e-mailed to you.
Prev Post
Next Post