ବାମନ ମେଢ ଉନ୍ମୋଚିତ

2

ବେଲଗୁଣ୍ଠା-(ଶିବରାମ ଚୌଧୁରୀ )–ବେଲଗୁଣ୍ଠା ସହରରେ ଚାଲିଥିବା ମାଁ ବ୍ରାହ୍ମଣ ଦେବୀ ଯାତ୍ରା ଅବସରରେ ଶାସଧ ସାହିରେ ମହାପ୍ରଭୁଙ୍କ ବାମନ ଅବତାର ମେଢ ବରିଷ୍ଠ ସଙ୍ଗଠକ ତଥା ପୁର୍ବତନ କାଉନସିଲର ଲିଙ୍ଗରାଜ ପାତ୍ରଙ୍କ ଦ୍ୱାରା ଅନାବରଣ ହୋଇଯାଇଛି । ସମ୍ମାନୀତ ଅତିଥି ଭାବେ ମନୋଜ କୁମାର ପାତ୍ର ଓ ବିଜେପି ମଣ୍ଡଳ ସଭାପତି ତଥା ଯୁବ ସଙ୍ଗଠକ ଯତୀନ କୁମାର ପାତ୍ର ଯୋଗ ଦେଇଥିଲେ ।ଲିଙ୍ଗରାଜ ପାତ୍ର ପ୍ରଦୀପ ପ୍ରଜ୍ବଳିତ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିବା ବେଳେ ପଣ୍ଡିତ ରାମକୃଷ୍ଣ ପତି ସ୍ୱାଗତ ଭାଷଣ ଦେଇ ଭଗବାନଙ୍କ ବାମନ ଅବତାରର ମହତ୍ୱ ବିଷୟରେ ଆଲୋକପାତ କରିଥିଲେ । ଶିଳ୍ପୀ ବିନୋଦ କୁମାର ପତିଙ୍କ ନିଖୁଣ କାରିଗରୀ ରେ ବାମନ ଅବତାର ମେଢଟି ଅତ୍ୟନ୍ତ ସୁନ୍ଦର ହୋଇଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଯୁବ ନେତା ରାଧାକୃଷ୍ଣ ସ୍ୱାଇଁ, ସୁର୍ଯ୍ୟ ନାରାୟଣ ତ୍ରୀପାଠୀ, ବାଳକୃଷ୍ଣ ପାତ୍ର, ସୀତାରାମ ଚୌଧୁରୀ ଙ୍କ ସହିତ ଅନ୍ୟମାନେ ଉପସ୍ଥିତ ଥିଲେ । ଶାସନ ସାହିର ଶରତ ଚନ୍ଦ୍ର ପତି, ସୁଧୀର କୁମାର ପତି,ରବୀନ୍ଦ୍ର ଦାଶ, ଅଞ୍ଜନ ପତି, ଉପେନ୍ଦ୍ର ପତି,ଗୁନା ପତି, ଦୁର୍ଗା ମାଧବ ପତି, ବ୍ରଜେନ୍ଦ୍ର ପତି,ପୁର୍ଣ୍ଣଚନ୍ଦ୍ର ପତି ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ ।

Leave A Reply

Your email address will not be published.