ଚାଲାକି କରି ଅଜଣା ବ୍ୟକ୍ତି କଲା ବାଇକ ଚୋରି, ସିସି ଟିଭି ରେ କଏଦ ହେଲା ଅଜଣା ବ୍ୟକ୍ତି

3

 

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୨୧/୦୫/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସଦର ନୂତନ ବସ ଷ୍ଟାଣ୍ଡ ଠାରେ ଜଣେ ଅଜଣା ବ୍ୟକ୍ତି ଚାଲାକି କରି ଜଣେ ଯୁବକ ର ମୂଲ୍ୟବାନ ବାଇକ୍ ଚୋରି କରି ନେଇଯାଇଛି। ତେବେ ଅଜଣା ବ୍ୟକ୍ତି ର ଫୋଟ ସି ସି କ୍ୟାମେରା ରେ କଇଦ ହୋଇଛି। ଏ ନେଇ ଡାବୁଗାଁ ଥାନାରେ ଯୁବକ ଜଣକ ଏତଲା ଦେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛନ୍ତି। ସୂଚନା ଅନୁଯାଇ ଗତ ତା ୧୮/୦୫ ରିଖ ସୋମବାର ଦିନ ନିକଟ ବରଦେଇ ଗ୍ରାମ ର ସାଗର ହରିଜନ (୧୮) ନିଜ ସାଙ୍ଗ ସହ ଏକ ବାଇକ୍ ନମ୍ବର (ଓଡି ୨୪ ଏଫ ୭୪୯୦) ଯୋଗେ ଡାବୁଗାଁ କୁ କୌଣସି କାର୍ଯ୍ୟରେ ଆସିଥିଲେ। ଡାବୁଗାଁ ନୂତନ ବସ ଷ୍ଟାଣ୍ଡ ପାଖରେ ବାଇକ ରଖି ଦୁଇ ସାଙ୍ଗ କଥା ହେଉଥିବା ସମୟରେ ହଠାତ୍ ଜଣେ ଅଜଣା ବ୍ୟକ୍ତି ସାଗର ପାଖ କୁ ଆସି ଜଣେ ଚିହ୍ନା ଲୋକ ପରି କଥା ହୋଇଥିଲା।ପ୍ରଥମେ ସାଗର କୁ ଏକ ଫୋନ କାଲ କରିବି ବୋଲି ଫୋନ ମାଗିଥିଲା। ସାଗର କୁ ବାଇକ ଧୀରେ ଚଳାଇ ବାକୁ ପରାମର୍ଶ ଦେଇଥିଲା। ଜଣେ ଉତ୍ତମ ଭଦ୍ର ବ୍ୟକ୍ତି ପରି କଥାବାର୍ତ୍ତା କରିବା ପରେ ମୁଁ ଏହି ଦୈନିକ ବଜାର ପାଖ କୁ ଯିବି ମୋର ଏକ ଜରୁରୀ କାର୍ଯ୍ୟ ଅଛି ବୋଲି କହିବା ସହ ମୁ ତୁରନ୍ତ ଫେରି ଆସିବି କହିଥିଲା। ଅଜଣା ବ୍ୟକ୍ତି ଜଣକ ଜଣେ ଭଦ୍ର ବ୍ୟେକ୍ତି ପରି କଥାବାର୍ତ୍ତା ହୋଇଥିବାରୁ ବିଶ୍ୱାସ କରି ଅଜଣା ବ୍ୟକ୍ତି କୁ ସାଗର ତା ବାଇକ୍ ଚାବି ଧରାଇ ଦେଇଥିଲା। ଅଜଣା ବ୍ୟକ୍ତି ଜଣକ ମୂଲ୍ୟବାନ ଏକ୍ସଟ୍ରିମ ବାଇକ୍ ଧରି ସେଠାରୁ ଚାଲି ଯାଇଥିଲା। ବହୁ ସମୟ ଧରି ଅପେକ୍ଷା କରିବା ପରେ ମଧ୍ୟ ବାଇକ ନେଇଥିବା ଅଜଣା ବ୍ୟକ୍ତି ନ ଫେରିବାରୁ ସାଗର ଠକାମି ରେ ପଡ଼ିଥିବା ସନ୍ଦେହ କରିଥିଲା। ତୁରନ୍ତ ସାଗର ତା ବାପା ଜଗନ୍ଦ୍ରେ ହରିଜନ କୁ ଏ ବିଷୟରେ କହିଥିଲା। ବାପା ଡାବୁଗାଁ ବସ ଷ୍ଟାଣ୍ଡ ପାଖରେ ଆସି ପୁଅ ସହ ସେଠାରେ ଥିବା ସିସି ଟିଭି ରେ ଅଜଣା ବ୍ୟକ୍ତି କୁ ଚିହ୍ନଟ କରିଥିଲେ। ଶେଷରେ ଠକାମି ର ଶିକାର ହୋଇ ବାଇକ୍ ଚୋରି ହୋଇଥିବା ନେଇ ଡାବୁଗାଁ ଥାନାରେ ସାଗର ଏତଲା ଦେଇଥିଲା। ପୁଲିସ ଏ ନେଇ ଏକ ମାମଲା ରୁଜୁ କରି ତଦନ୍ତ କରୁଛନ୍ତି।

Leave A Reply

Your email address will not be published.