ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୧/୦୫/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଯୁକ୍ତ ୨ କଳା,ବିଜ୍ଞାନ ବାଣିଜ୍ୟ ଫଳ ପ୍ରକାଶିତ ହୋଇଛି। ଯୁକ୍ତ ୨ କଳାରେ ୨୮୩ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ପ୍ରଥମ ଶ୍ରେଣୀ ରେ ୭, ଦ୍ଵିତୀୟ ରେ ୩୬ ଓ ତୃତୀୟ ଶ୍ରେଣୀ ରେ ୧୪୪ ପିଲା ପାସ କରିଛନ୍ତି। ଯୁକ୍ତ ୨ କଳାରେ ଅନିତା ଗୌଡ଼ ସର୍ବୋଚ୍ଚ ୪୧୧ ମାର୍କ ରଖି ବିଦ୍ୟାଳୟ ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।ବିଜ୍ଞାନ ରେ ୪୩ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୩୮ ଜଣ ପାସ କରିଛନ୍ତି। ପ୍ରଥମ ଶ୍ରେଣୀରେ ୧ ,ଦ୍ଵିତୀୟ ଶ୍ରେଣୀରେ ୧୧ ଓ ତୃତୀୟ ଶ୍ରେଣୀରେ ୨୬ ପିଲା ପାସ କରିଛନ୍ତି। ଯୁକ୍ତ ୨ ବିଜ୍ଞାନ ରେ ବିଦ୍ୟାଳୟ ର ସଞ୍ଜୟ ଗୌଡ଼ ସର୍ବୋଚ୍ଚ ୩୬୦ ମାର୍କ ରଖି ବିଦ୍ୟାଳୟ ର ଟପ୍ପର ହୋଇଛନ୍ତି।ସେହିପରି ଯୁକ୍ତ ୨ ବାଣିଜ୍ୟରେ ୩୭ ଛାତ୍ରଛାତ୍ରୀ ମଧ୍ୟରୁ ୨୭ ଜଣ ପାସ କରିଥିବା ବେଳେ ପ୍ରଥମ ଶ୍ରେଣୀ ରେ ୨ ଜଣ,ଦ୍ଵିତୀୟ ଶ୍ରେଣୀରେ ୬ ଜଣ ଓ ତୃତୀୟ ଶ୍ରେଣୀରେ ୧୯ ଜଣ ପିଲା ପାସ କରିଛନ୍ତି। ବିଦ୍ୟାଳୟ ର ପ୍ରଫୁଲ୍ଲ ସାନ୍ତା ଯୁକ୍ତ ୨ ବାଣିଜ୍ୟରେ ସର୍ବୋଚ୍ଚ ୪୪୧ ନମ୍ବର ରଖି ବିଦ୍ୟାଳୟ ଟପ୍ପର ହୋଇଛନ୍ତି।