ନବରଙ୍ଗପୁର ତା ୨୦.୫.୨୦୨୫:- ଅଶୋକ ସାହୁ, ଶାସକ ପ୍ରଶାସକ,ସ୍ଥାନୀୟ ଜିଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ହିସାବ ରକ୍ଷକ ତଥା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ବ୍ଲକ ସ୍ତରରେ ସମସ୍ତ ଯୋଜନାର ସଫଳ ରୂପାୟନ ପାଇଁ ତାଲିମ ପ୍ରଦାନ କରାଯାଇଛି । ଜିଲାପାଳ ଡା ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ତାଲିମ ଶିବିରରେ ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ, ଜିଲା ପଞ୍ଚାୟତ ଅଧିକାରୀ ପଦ୍ମନାଭ ତ୍ରିପାଠୀ, ଓରମାସ ଜିଲା ଉପ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏ.ଉମା ମହେଶ, ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଯଦୁମଣି ନାୟକ, ଗ୍ରାମୀଣ ଆବାସ ପ୍ରକଳ୍ପ ଅଧିକାରୀ ଦେବସ୍ମିତା କର, ଓଡିଶା ଜୀବିକା ମିଶନ ଜିଲା ପ୍ରକଳ୍ପ ଅଧିକାରୀ ସସ୍ମିତା ସାମନ୍ତରାୟ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ଜିଲା ନିୟୋଜନ ଅଧିକାରୀ ଆନନ୍ଦ ପଲେଇ ପ୍ରମୁଖ ତାଲିମ ଦାତା ଭାବେ ଉପସ୍ଥିତ ରହି ତାଲିମ ପ୍ରଦାନ କରିଥିଲେ। ମନରେଗା, ଶ୍ରମିକ ବଜେଟ ପ୍ରସ୍ତୁତି, ସାମାଜିକ ସମୀକ୍ଷା, ଦକ୍ଷତା ବିକାଶ, ଓରମାସର ବଜାର ବ୍ୟବସ୍ଥା, ଜୀବିକା ମିଶନ, ସ୍ୱୟଂସହାୟକ ଗୋଷ୍ଠୀ ବ୍ୟାଙ୍କ ଲିଂକେଜ, ଖାଦ୍ୟ ସୁରକ୍ଷା ଯୋଜନାର ହିସାବ କିତାବର ସଠିକ ପରିଚାଳନା ଆଦି ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଥିଲା । ପଞ୍ଚାୟତ ସ୍ତରରେ ସରକାରୀ ଯୋଜନା ଗୁଡିକ ତୃଣ ମୂଳ ସ୍ତରରେ କିଭଳି ହିତାଧିକାରୀ ସୁଫଳ ପାଇବେ ସେଥିପ୍ରତି ଗୁରୁତ୍ୱାରୋପ କରାଯାଇଥିଲା । ଏଥିରେ ତେନ୍ତୁଳିଖୁଣ୍ଟି, ନନ୍ଦାହାଣ୍ଡି, ନବରଙ୍ଗପୁର, କୋଷାଗୁମୁଡା ଓ ପାପଡାହାଣ୍ଡି ବ୍ଲକର ପିଇଓ ଏବଂ ଏସିଡିଇଓ ଯୋଗ ଦେଇଥିଲେ। ଆସନ୍ତା ୨୨ ତାରିଖରେ ଏହିଭଳି ଡାବୁଗାଁ ବ୍ଲକ ସମ୍ମିଳନୀ ଗୃହରେ ଡାବୁଗାଁ, ଉମରକୋଟ, ଝରିଗାଁ, ରାଇଘର ଓ ଚନ୍ଦାହାଣ୍ଡି ବ୍ଲକର ପିଇଓ ଓ ଏସିଡିଇଓ ମାନଙ୍କୁ ତାଲିମ ଦିଆଯିବ।
Sign in
Sign in
Recover your password.
A password will be e-mailed to you.