୨୪ଘଣ୍ଟା ଧରି ଓଡ଼ଗାଁ ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ

3
  • ତାପମାତ୍ରା ବୃଦ୍ଧି ଯୋଗୁଁ ସାଧାରଣ ଜନ ଜୀବନ ଅସ୍ତବ୍ୟସ୍ତ

  • ବିଭାଗୀୟ ଅବହେଳା ପାଇଁ ଗରମରେ ସିଝିଲେ ଗ୍ରାହକ

ଓଡ଼ଗାଁ,୨୦।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଞ୍ଚଳରେ ୨୪ ଘଣ୍ଟା ଧରି ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ।ତାପମାତ୍ରା ବୃଦ୍ଧି ଯୋଗୁଁ ସାଧାରଣ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ବିଭାଗୀୟ ଅବହେଳା ପାଇଁ ଗରମରେ ସିଝିଲେ ହଜାର ହଜାର ଗ୍ରାହକ। ୧୯ ତାରିଖ ସୋମବାର ପୂର୍ବାହ୍ନ ଏଗାରଟାରୁ ମଙ୍ଗଳବାର ପୂର୍ବାହ୍ନ ଏଗାରଟା ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବେ ଓଡ଼ଗାଁ ବିଦ୍ୟୁତ୍ ଯୋଗାଣ ବିଛିନ୍ନ ରହିଥିଲା।ଏ ନେଇ ସାମାଜିକ ଗଣମାଧ୍ୟମଗୁଡିକରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।ଗରମ ଯୋଗୁଁ ରାତିରେ ଲୋକମାନେ ସମସ୍ତେ ଘରୁ ବାହାରି ଆସି ବୁଲାବୁଲି କରୁ କରୁ ରାତି ପାହିଗଲା। ହେଲେ ବିଦ୍ୟୁତ୍ ଯୋଗାଣ ହୋଇପାରିଲା ନାହିଁ। ନୟାଗଡ଼ ଗ୍ରିଡ୍ ଠାରୁ ଓଡ଼ଗାଁ ଆସିଥିବା ୩୩କେଭି ବିଦ୍ୟୁତ ଯୋଗଣ ହଠାତ୍ ବନ୍ଦ୍ ହେବାରୁ ରାତି ପ୍ରାୟ ୧୨ଟା ପର ଠାରୁ ଓଡ଼ଗାଁର ସମସ୍ତ ଅଞ୍ଚଳ ବିଦ୍ୟୁତ୍ ଯୋଗାଣ ବିଛିନ୍ନ ହୋଇଗଲା। ବିଭାଗର ରହିଥିବା ବ୍ୟବସ୍ଥା ଅନୁସାରେ ଅତି ବେଶୀରେ ୨ରୁ ୩ଘଣ୍ଟା ମଧ୍ୟରେ ବିଦ୍ୟୁତ୍ ଯୋଗାଣ ସ୍ବାଭାବିକ ହୋଇପାରିଥାନ୍ତା।ଦାଇତ୍ୱରେ ଥିବା ସହକାରୀ ଯନ୍ତ୍ରୀ ଛୁଟିରେ ଥିବାରୁ ତାଙ୍କ ଅନୁପସ୍ଥିତିରେ ଦାଇତ୍ୱରେ ଥିବା ସହକାରୀ ଯନ୍ତ୍ରୀଙ୍କ ସହିତ ଯୋଗାଯୋଗରେ ସମସ୍ୟା ସୃଷ୍ଟି ହୋଇଥିଲା।ଫଲଟ୍ ଫାଇଣ୍ଡିଙ୍ଗ ଦଳ ପ୍ରସ୍ତୁତ ରହିଥିବା ବେଳେ କେତେକ ଭୁଲ୍ ନିଷ୍ପତି ଯୋଗୁଁ ସଟ୍ ଡାଉନ୍ ନିଆଯାଇପାରି ନଥିରୁ ଫଲଟ୍ ଫାଇଣ୍ଡିଙ୍ଗ କରିବାରେ ବିଳମ୍ବ ଘଟିଥିଲା। ପୋଡ଼ି ଯାଇଥିବା ୩ ଇନସୁଲେଟର ଲାଗିବା ପରେ ପ୍ରାୟ ୧୧ଟା ବେଳକୁ ଓଡ଼ଗାଁକୁ ବିଦ୍ୟୁତ୍ ଯୋଗାଣ ସ୍ବଭାବିକ ହୋଇଥିଲା। ତେବେ ଏପରି ଘଟଣାର ପୁନରାବୃତ୍ତି ଘଟିଲେ ବିଦ୍ଯୁତ ଗ୍ରାହକ ମାନେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.