ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଲକ୍ ମଙ୍ଗଳପୁର ଵାଣାୟତ ସମାଜ କାର୍ଯ୍ୟାଳୟ ଠାରେ ତାଲୁକା ସଭାପତି ଭବାନୀ ଶଙ୍କର ମଳିକଙ୍କ ପୈାରହିତ୍ୟରେ ଘୁମୁସର ତାଲୁକା ବାଣାୟତ ଓଡ଼ିଆ ସମାଜର ବାର୍ଷିକ ଉତ୍ସବ ଅନୁଷ୍ଠିତ କରାଯାଇଛି।
ଉକ୍ତ ଉତ୍ସବରେ ଉଦ୍ଘାଟକ ଭାବେ ଓଡ଼ିଶା ସରକାରଙ୍କ ପରିବହନ, ବାଣିଜ୍ୟ ଓ ଖଣି ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଯୋଗଦେଇଥିଲେ ।ସମାଜର କୁଳପତାକା ଉତ୍ତୋଳନ କରିଥିଲେ ମତ୍ସ୍ୟ ପ୍ରାଣୀ ସମ୍ପଦ ଅଣୁକ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଳିକ। କୁଳ ପ୍ରଦୀପ ପ୍ରଜ୍ବଳନ କରିଥିଲେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା I କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଏବଂ ନିଖିଳ ଓଡ଼ିଶା ଵାଣାୟତ ଓଡ଼ିଆ ସମାଜ ଜିଲ୍ଳା ସଭାପତି ପ୍ରଫୁଲ୍ଲ ଚନ୍ଦ୍ର ସାହୁ ,ମୂଖ୍ୟ ବକ୍ତା ରୂପେ ନିଖିଳ ଓଡ଼ିଶା ଵାଣାୟତ ଓଡ଼ିଆ ସମାଜ ରାଜ୍ୟ ସଭାପତି ଗନ୍ଧର୍ବ ପ୍ରଧାନ ଯୋଗଦେଇଥିଲେ। ଘୁମୁସର ତାଲୁକା ସମ୍ପାଦକ ଵାଇନାଥ ପ୍ରଧାନ ବିବରଣୀ ପଠ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଘୁମୁସର ତାଲୁକାର ରେକର୍ଡଦାର ବୃନ୍ଦ ଓ କର୍ମକର୍ତ୍ତା ଵୃନ୍ଦ ଯୋଗଦେଇଥିଲେ । ଏହି ଉତ୍ସବରେ ସହଯୋଗ କରିଥିଲେ ମଙ୍ଗଳପୁର ଗ୍ରାମର ଵାଣାୟତ ଓଡ଼ିଆ ସମାଜ ଗ୍ରାମବାସୀ ଵୃନ୍ଦ।
Sign in
Sign in
Recover your password.
A password will be e-mailed to you.