ପୁରୀ (ଅନିମେଶ ପଟ୍ଟନାୟକ) : ଆମ ଦେଶର ସୁରକ୍ଷା ରେ ଆମେ ସମସ୍ତେ ଜଣେ ଜଣେ ସିପାହୀ।ଦେଶ ମାତୃକାର ସେବାରେ ଦିନ ରାତି ଲାଗିଥିବା ଓ ଅପରେସନ ସିନ୍ଦୂର ରେ ନିୟୋଜିତ ସମସ୍ତ ତିନି ସେନା କୁ ଆମେ ଧନ୍ୟବାଦ ଦେଉଛୁ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା।ଅପରେସନ ସିନ୍ଦୁରର ସଫଳତା ଓ ଭାରତୀୟ ସେନାବାହିନୀର ଦକ୍ଷତାକୁ ସମ୍ମାନ ଜଣାଇ ଆଜି ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ମୁକ୍ତାକାଶ ରଙ୍ଗ ମଞ୍ଚ ଠାରୁ ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।ଏହାକୁ ଉଦଘାଟନ କରି ଉପ ମୁଖ୍ୟମନ୍ତ୍ରୀ ଶ୍ରମତୀ ପରିଡା ଆମ ସେନା ର ପରାକ୍ରମ ସମଗ୍ର ବିଶ୍ବ ଦେଖି ଆଚମ୍ବିତ ହୋଇଛି।ଏହା ଏକ ଐତିହାସିକ ସଫଳତା।ପ୍ରଧାନମନ୍ତ୍ରୀ ଙ୍କ ନେତୃତ୍ୱରେ ଆମ ଶତ୍ରୁ ଦେଶକୁ ସେନା ପରାସ୍ତ କରିଛି।ତେଣୁ ଆମେ ପ୍ରତ୍ୟେକ ଭାରତବାସୀ ଏଥିପାଇଁ ଗର୍ବ ଅନୁଭବ କରିବା ।ଆମ ସେନାକୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇବା ଆମ ସମସ୍ତଙ୍କ କର୍ତ୍ତବ୍ୟ ବୋଲି ସେ କହିଥିଲେ।ପୁରୀ ଲୋକସଭା ସାଂସଦ ଡା ସମ୍ବିତ ପାତ୍ର,ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ଡା ଦେବେନ୍ଦ୍ର ତରାଇ ପ୍ରମୁଖ ଆମ ସେନା ମାଧ୍ୟମର ଏହି ବିପୁଳ ବିଜୟ ବିଶ୍ବ ରେ ଆଲୋଡନ ସୃଷ୍ଟି ସହ ଆମେ ଯେ କେତେ ପରାକ୍ରମୀ ତାହାର ପ୍ରମାଣ ମିଳିଛି ବୋଲି କହିଥିଲେ।ଆତଙ୍କୀ ଆକ୍ରମଣ ର ସଠିକ ଜବାବ ଦେଇ ଭାରତ ଉପଯୁକ୍ତ ପ୍ରତିଶୋଧ ନେଆ ପାରିଛି ବୋଲି ସେମାନେ କହିଥିଲେ।ଏହି ଶୋଭାଯାତ୍ରା ମରିଚକୋଟ ଛକ ପର୍ଯ୍ୟନ୍ତ ଯାଇଥିଲା।ଅତିଥି ମାନେ ସିଂହଦ୍ଵାର ସମ୍ମୁଖରେ ଦୀପଦାନ କରି ସେନା ମନୋବଳ ବୃଦ୍ଧି ପାଇଁ ପ୍ରାର୍ଥନା କରିଥିଲେ।ଭାରତୀୟ ସେନାର ଅଦମ୍ୟ ସାହସକୁ ସମ୍ମାନ ଜଣାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ପରାକ୍ରମ ଶୋଭାଯାତ୍ରାରେ ସମାଜର ସବୁ ବର୍ଗର ନାଗରିକଙ୍କ ସହ ପ୍ରଶାସନିକ ଅଧିକାରୀ, ପୋଲିସ ବାହିନୀ,ଏନସିସି କ୍ୟାଡେ଼ଟ୍ , ଅଗ୍ନିଶମ କର୍ମଚାରୀ, ଶିକ୍ଷକ, ମହିଳା, ଛାତ୍ରଛାତ୍ରୀ, କ୍ରୀଡ଼ାବିତ, ଗଣମାଧ୍ୟମ,ମିଶନ ଶକ୍ତି ମା ମାନେ ଓ ବୁଦ୍ଧିଜୀବୀ ସାମିଲ ହୋଇଥିଲେ। ଜାମ୍ମୁ କାଶ୍ମୀରର ପହେଲଗାଓଁଠାରେ ହୋଇଥିବା ଆତଙ୍କବାଦୀ ଘଟଣା ପ୍ରତିବଦଳରେ ଅପରେସନ ସିନ୍ଦୁରର ସଫଳତା,ଦେଶର ସୀମା ସୁରକ୍ଷା ଦାୟିତ୍ୱରେ ଥିବା ସେନାକୁ ଧନ୍ୟବାଦ ଜଣାଇ ସେମାନଙ୍କ ମନୋବଳ ବୃଦ୍ଧି ପାଇଁ ଏହି ଶୋଭାଯାତ୍ରା ଆୟୋଜିତ ହୋଇଥିଲା।ଏହି ଅବସରରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଏସ ପି ବିନୀତ ଅଗ୍ରୱାଲ,ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଡ. ଶରତ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା,ଉପ ଜିଲ୍ଲାପାଳ ରାଜ କିଶୋର ଜେନା,ଲୋକ ପ୍ରତିନିଧି,ଅନ୍ୟାନ୍ୟ ଅଧିକାରୀ,ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା ପ୍ରମୁଖ ଉପସ୍ଥିତ ଥିଲେ।ବହୁ ସଂଖ୍ୟାରେ ଜନସାଧାରଣ ଉତ୍ସାହର ସହ ହାତରେ ତ୍ରିରଙ୍ଗା ଧରି ଏହି ଶୋଭାଯାତ୍ରରେ ସାମିଲ ହୋଇଥିଲେ।କାର୍ଯ୍ୟକ୍ରମ କୁ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ମଞ୍ଚ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post