ବାଉଁଶ ପୋଲ ହିଁ ସାହା ଭରସା, ୨ ବର୍ଷ ହେବ ତିଆରି ଚାଲିଛି ରାସ୍ତା ।

3

କେନ୍ଦୁଝର,ତା୧୮/୫- କେତେ ସରକାର ଗଲେଣି ତଥାପି ଅଭାବ ଅସୁବିଧା ଲାଗି ରହିଛି କେନ୍ଦୁଝର ଜିଲ୍ଲାରେ ପୋଲ ନଥିବାରୁ ଲୋକେ ବାଉଁଶ ପୋଲ ବ୍ୟବସ୍ଥାରେ ଚଳି ଯାଉଥିବା ଦେଖାଯାଇଛି। ସୂଚନା ମିଳିଛି କି ଘଟଗାଁ ବ୍ଲକ୍ ଅନ୍ତର୍ଗତ ପଣ୍ଡାପଡା ଗ୍ରାମ ପଞ୍ଚାୟତର କମାରଗୋଡା ଗ୍ରାମର ୧୦ ନଂ ୱାର୍ଡ,ବାଘୁଆ ଖମଣ ସାହିର ଲୋକେ ରାସ୍ତା ଲାଗି ଯମଯନ୍ତ୍ରଣା ପାଉଛନ୍ତି। ଲୋକେ ଏଠାରେ ଥିବା ନାଳ ଉପରେ ଦୁଇଟି ବାଉଁଶ ପୋଲ କରି ଚଳି ଯାଉଛନ୍ତି। ହେଲେ ବର୍ଷା ହେଲେ ବିପଦ ଅଛି ସ୍କୁଲ ଛୁଆ ଏହା ଉପରେ ନିର୍ଭର କରୁଛନ୍ତି। ପୁଣି ରୋଗୀ ନେବାକୁ ଆମ୍ବୁଲାନ୍ସ ଆସିପାରୁନି । ତେବେ ସରପଞ୍ଚ ୨ ବର୍ଷ ତଳେ ମାଟି ପକେଇ ରାସ୍ତା ଆରମ୍ଭ କରିଥିଲେ ହେଲେ ତାହା ଅପନ୍ତରା ହୋଇ ସରୁନି। ଏଠାରେ ରୋଗୀ ଖଟିଆରେ ବୋହା ହୋଇ ଯାଉଛନ୍ତି ତେଣୁ ସବୁଦିନ ଲାଗି ପୋଲ କରି ରାସ୍ତା କରିବାକୁ ଲୋକେ ଦାବି କରିଛନ୍ତି।

Leave A Reply

Your email address will not be published.