କଳିଙ୍ଗ ଆଇରନ ୱାର୍କ୍ସର ପ୍ରାକ୍ତନ କର୍ମଚାରୀ ଶଚୀନ୍ଦ୍ର ନାଥ ସାହୁଙ୍କ ବିୟୋଗ।

3

କେନ୍ଦୁଝର,ତା୧୮/୫- ଲୌହ ସହର ବଡ଼ବିଲର କଳିଙ୍ଗ ଆଇରନ ୱାର୍କ୍ସରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରି ଶଚୀନ୍ଦ୍ର ନାଥ ସାହୁ ଉପ ପରିଚାଳକ ପଦରୁ ଅବସର ନେଇଥିଲେ। କଳିଙ୍ଗ ଆଇରନ ୱାର୍କ୍ସ ଯେତେ ବେଳେ ଲାଭ କରି ଚାଲିଥିଲା ସେତେବେଳେ ଶ୍ରୀ ସାହୁଙ୍କ ପରି କିଛି ନିଷ୍ଠାପର କର୍ମଚାରୀ ସେଠାରେ କାର୍ଯ୍ୟରତ ଥିଲେ। କଳିଙ୍ଗ ଲୁହା କାରଖାନାର ବିଭିନ୍ନ ସାମଗ୍ରୀ ସ୍ପନ୍ ପାଇପ୍ ମାନ ଦୃଷ୍ଟିରୁ ଦେଶ ବିଦେଶରେ ଖୁବ୍ ଆଦୃତ ହୋଇଥିଲା। ଏବେ ଭଗ୍ନ ଅବସ୍ଥାରେ ପଡ଼ିରହିଛି ଏହି ଲୁହା କାରଖାନା ପ୍ରାକ୍ତନ କର୍ମଚାରୀ ମାନେ ଏହାର ପୁନରୁଦ୍ଧାର ଲାଗି ସ୍ବପ୍ନ ଦେଖୁଥିବା ବେଳେ ଶଚୀନ୍ଦ୍ର ସାହୁ(୭୫)ଙ୍କ କେନ୍ଦୁଝର ସହରରେ ବଡ଼ ଝିଅ ଘରେ ହୃଦଘାତରେ ପରଲୋକ ହୋଇଯାଇଛି। ସେ କଟକ ଜିଲ୍ଲାର ଭଟ୍ଟିମୁଣ୍ଡା ଗ୍ରାମରୁ ଆସି କଳିଙ୍ଗ ଲୁହା କାରଖାନାର ୪୦ ବର୍ଷ ଧରି କାର୍ଯ୍ୟ କରିଥିଲେ। ତାଙ୍କର ବିୟୋଗରେ କାରଖାନାର ପୂର୍ବତନ ବରିଷ୍ଠ ପରିଚାଳକ ପ୍ରଭାତ କୁମାର ଦାଶ ଦୁଃଖ ପ୍ରକାଶ କରି ଜଣେ ସାଥୀ ବନ୍ଧୁଙ୍କୁ ହରାଇଲି ବୋଲି କହିଛନ୍ତି। କର୍ତ୍ତବ୍ୟନିଷ୍ଠ ରାଷ୍ଟ୍ରଭକ୍ତ ଶଚୀନ୍ଦ୍ର ସାହୁଙ୍କ ଆତ୍ମାର ସେ ସଦଗତି କାମନା କରିଛନ୍ତି। ସେହିପରି ଡିଜିଏମ ଥିବା ଶିଶିର କୁମାର ନନ୍ଦ ଶ୍ରୀ ସାହୁ ଜଣେ ଭଲ ସୁବକ୍ତା ତଥା କର୍ମତତ୍ପର ମଣିଷ ଥିଲେ ତାଙ୍କର ନିଧନ ଲାଗି ପରିବାରକୁ ଭଗବାନ ସାହା ହେବାକୁ ପ୍ରାର୍ଥନା କରିଛନ୍ତି। ତାଙ୍କର ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ ରତ୍ନମଞ୍ଜରି ,ଝିଅ ସ୍ଵାତୀ,ପ୍ରାଚୀ,ଜ୍ବାଇଁ ନାରାୟଣ,ଦିଲୀପ,ପୁଅ ବିନ୍ଦୁସାର ଓ ନାତି ସ୍ଵସ୍ତିକ ଉପସ୍ଥିତ ଥିଲେ। ସ୍ୱର୍ଗଦ୍ୱାରରେ ତାଙ୍କୁ ପୁଅ ମୂଖାଗ୍ନି ଦେଇଥିଲେ।

Leave A Reply

Your email address will not be published.