ପାରଳାଖେମୁଣ୍ଡି ଠାରେ କିଟ୍, କିସ୍ ଓ କିମ୍ସ ପକ୍ଷରୁ ଆର୍ଟ୍ ଅଫ୍ ଗିଭିଂ କାର୍ଯ୍ୟକ୍ରମ ଅନୁଷ୍ଠିତ

3

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ କିଟ୍ , କିସ୍ ଓ କିମ୍ସ ପକ୍ଷରୁ ଆର୍ଟ୍ ଅଫ୍ ଗିଭିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ସହକାରୀ ପ୍ରାଧ୍ୟାପକ ଡ.ସମୀର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାରଳାଖେମୁଣ୍ଡି ବିଧାୟକ ଇଂ.ରୂପେଶ ପାଣିଗ୍ରାହୀ ଯୋଗ ଦେଇଥିବା ବେଳେ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାଶ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଯତୀନ୍ଦ୍ର ନାଥ ପଣ୍ଡା ସ୍ବତନ୍ତ୍ର ଅତିଥି ଭାବେ ଓ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୁରୁ ମୂର୍ତ୍ତି ସମ୍ମାନୀତ ଅତିଥି ଭାବେ ଯୋଗଦେଇ ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତଙ୍କ ଏହି ଅଭିନବ ପରିକଳ୍ପନାର ପ୍ରଶଂସା କରିବା ସହ ସମାଜ ଆମକୁ ବହୁତ ଦେଇଛି। ତେଣୁ ବର୍ତମାନ ଆମେ ସମାଜକୁ ନିଜ ସାଧ୍ୟ ମତଦାନ କରିବା ଆବଶ୍ୟକ ବୋଲି କହିଥିଲେ।
ଆର୍ଟ୍ ଅଫ୍ ଗିଭିଂ ର ଦ୍ବାଦଶ ବର୍ଷ ପାଳନ ଅବସରରେ ‘ନେବରଗୁଡ’ ଶୀର୍ଷକ ସାଂପ୍ରତିକ ପରିସ୍ଥିତିରେ ଗୁରୁତ୍ୱପୂର୍ଣ୍ଣ। ସମାଜରେ ଭାଇଚାରାର ଅଭାବ ପରିଲକ୍ଷିତ ହେଉଛି। ତେଣୁ ଏଭଳି କାର୍ଯ୍ୟକ୍ରମ ଲୋକଙ୍କୁ ସଚେତନ କରିବ ବୋଲି ଅତିଥି ମାନେ କହିଥିଲେ। ଶେଷରେ ସହକାରୀ ପ୍ରାଧ୍ୟାପକ ବିରଞ୍ଚି ନାରାୟଣ ଦାଶ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସହକାରୀ ପରିଚାଳକ ଧିରଜ ପଟ୍ଟନାୟକ ଓ ଗିରିଧର ପଣ୍ଡା ସହଯୋଗ କରିଥିଲେ।

Leave A Reply

Your email address will not be published.