ନବରଙ୍ଗପୁର /ଅଶୋକ ସାହୁ, ଶାସକ ପ୍ରଶାସକ: ଶନିବାର ଦିନ କୃଷକ ତାଲିମ୍ କେନ୍ଦ୍ର, ନବରଙ୍ଗପୁର ରେ ସାର ଓ ବିହନ ର ଅଧିକୃତ ବିକ୍ରେତା ମାନଙ୍କର ଦୁଇଟି ପର୍ଯ୍ୟାୟରେ ବୈଠକ ଅନୁଷ୍ଠିତହୋଇଯାଇଛି | ପ୍ରଥମ ପର୍ଯ୍ୟାୟରେ ପାପଡ଼ାହାଣ୍ଡି, କୋଷଗୁମୁଡ଼ା, ଡାବୁଗାଁ ବ୍ଲକ୍ ର ୭୦ ଜଣ ଅଧିକୃତ ବିକ୍ରେତା ଯୋଗଦାନ କରିଥିଲେ। ଉକ୍ତ ସଭାରେ ଶ୍ରୀଯୁକ୍ତ ତପନ କୁମାର ଖୁଣ୍ଟିଆ, ଅତିରିକ୍ତ ଜିଲ୍ଲାପାଳ ନବରଙ୍ଗପୁର ସଭାପତିତ୍ତ କରିଥିଲେ। ଶ୍ରୀଯୁକ୍ତ ବିଶ୍ୱଜିତ୍ ସହୁ, କୃଷି ଜିଲ୍ଲା ଅଧିକାରୀ, ପାପଡ଼ାହାଣ୍ଡି, ଶ୍ରୀଯୁକ୍ତ ପ୍ରଣୟ କୁମାର ମନ୍ତ୍ରୀ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ ପ୍ରତିନିଧି, ନବରଙ୍ଗପୁର , ଶ୍ରୀଯୁକ୍ତ ରାମ ଚନ୍ଦ୍ର ମୁଦୁଲି, ଯୋଜନା ଅଧିକାରୀ, ନବରଙ୍ଗପୁର ଏବଂ ବ୍ଲକ୍ କୃଷି ଅଧିକାରୀ ମାନେ ଉପସ୍ଥିତ ଥିଲେ। ଚଳିତ ଖରଫ ଋତୁରେ ସାର ଏଵଂ ବିହନ ବିକ୍ରୟରେ ଅନୀୟ ମିତତା ପରିଲକ୍ଷିତ ହେଲେ ଆଇନତହ ବୃଡ କର୍ୟାନୁଷ୍ଠାନ ନିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଅଭିବ୍ୟକ୍ତି ରଖିଥିଲେ। ହାଇବ୍ରିଡ ଧାନ ଏବଂ ମକା ବିହନ ର ସୁଲଭ ବିକ୍ରି ବଟା ନିମନ୍ତେ କେବଳ ପଞ୍ଜିକୃତ ବିହନ କମ୍ପାନୀ ମାନଙ୍କୁ ଅନୁମୋଦନ ଦିଆଯିବ ବୋଲି ଶ୍ରୀଯୁକ୍ତ ମନ୍ତ୍ରୀ କହିଥିଲେ। ନାନୋ ୟୁରିଆ ଏବଂ ଡି. ଏ.ପି ର ବ୍ୟବହାର କରି ଚାଷୀ ମାନେ ଅତ୍ୟଧିକ ସାର ପ୍ରୟୋଗର କୁପରିମାଣରୁ ଚାଷ ଜମିକୁ ସୁରକ୍ଷିତ ରଖିବା ପାଈଁ ଶ୍ରୀ ବିଶ୍ୱଜିତ୍ ସାହୁ ପରାମର୍ଶ ଦେଇଥିଲେ। PoS ମେସିନ୍ ଷ୍ଟକ୍ ଏବଂ ଗୋଦାମ୍ ରେ ରଖି ଥିବା ଷ୍ଟକ୍ ନିହାତି ଭାବରେ ସମାନ ରଖିବା ପାଇଁ ସାର ଡିଲର୍ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ପ୍ରତ୍ୟେକ ମାସର ସାର ଏବଂ ବିହନ ର ବିକ୍ରିବଟା ସଂକ୍ରାନ୍ତୀୟ ତଥ୍ଯ ୧- ଲାଇସେନ୍ସ ପୋର୍ଟାଲ୍ ରେ ଇପଲୋଡ କରିବା ପ୍ରତ୍ୟେକ ବିକ୍ରେତା ପାଇଁ ବାଧ୍ୟତାମୂଳକ ବୋଲି ଆଲୋଚନା କରାଯାଇଥିଲା।
ଦ୍ଵିତୀୟ ପର୍ଯ୍ୟାୟରେ ଅପରାହ୍ନ ୨ ଟା ଠାରୁ ୫ ଟା ପର୍ଯ୍ୟନ୍ତ ନବରଙ୍ଗପୁର, ନନ୍ଦହାଣ୍ଡି ଓ ତେନ୍ତୁଳିଖୁଣ୍ଟି ବ୍ଲକ୍ ର ୫୦ ଜଣ ଅଧିକୃତ ବିହନ ଏବଂ ସାର ବିକ୍ରେତା ମାନେ ଯୋଗଦାନ କରିଥିଲେ। ଉକ୍ତ ବୈଠକରେ ଶ୍ରୀଯୁକ୍ତ ଅନିଲ କୁମାର ପ୍ରହରାଜ, କୃଷି ଜିଲ୍ଲା ଅଧିକାରୀ, ନବରଙ୍ଗପୁର, ଡିଲର ମାନଙ୍କୁ ଷ୍ଟକ୍ ରେଜିଷ୍ଟର, ସେଲ୍ ରେଜିଷ୍ଟର, ସାର ର ମୂଲ୍ୟ ସୂଚୀ ଏବଂ ବଳକା ସାର ର ପରିମାଣ ସଂକ୍ରାନ୍ତରେ ଲିଖିତ ଆକାରରେ ସ୍ପଷ୍ଟୀକରଣ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ସଭା ରେ ସମସ୍ତ ବ୍ଲକ୍ କ୍ରିଶି ଅଧିକାରୀ ଉପସ୍ଥିତ ଥିଲେ। ଚଳିତ ଖରିଫ୍ ଋତୁରେ ଅଦ୍ୟାବଧି ୨୧୯୨୨.୦୭୫ ମାଟ୍ରିକ ଟନ ସାର ନବରଙ୍ଗପୁର ଜିଲ୍ଲାରେ ଉପଲବ୍ଧ କରାଯାଇଅଛି।
ଯୋଦିଓ ଚଳିତ ଖରିଫ୍ ଋତୁ ପାଇଁ ୬୮୯୬୦ ହେକ୍ଟର ମକା ଚାଷ ହେବାର ସରକାରୀ ଖସଡ଼ା ପ୍ରସ୍ତୁତ କରାଯାଇଛି। FRA ଏବଂ ଅନ୍ୟାନ୍ୟ ଅଧିକୃତ ଜମି ମାନଙ୍କରେ ମକା ଚାଷର ପରିମାଣ ଯଥେଷ୍ଟ ଅଧିକା ହେଉଥିବାରୁ ଉପସ୍ଥିତ ଅଧିକୃତ ବିକ୍ରେତା ମାନେ ଜିଲ୍ଲା ପାଇଁ ସ୍ଥିର କରା ଯାଇଥିବା ଅବମ୍ୟକିୟ ସାର ପରିମାଣ ଠାରୁ ଅଧିକା ସାର ଯୋଗାଣ ନିମନ୍ତେ ନିଜର ମତ ପ୍ରକାଶ କରିଥିଲେ।
Sign in
Sign in
Recover your password.
A password will be e-mailed to you.