ସୁନ୍ଦରଗଡ଼/ହୋରାଚାନ୍ଦ ଦେଉରିଆ : ସୁନ୍ଦରଗଡ଼ ରେଭେନ୍ୟୁ କଲୋନୀ ସ୍ଥିତ ଅବସରପ୍ରାପ୍ତ ବରିଷ୍ଠ ନାଗରିକ କର୍ମଚାରୀ ସଂଘ କାର୍ଯ୍ୟାଳୟ ସଭାଗୃହ ରେ ଆର୍ଟ ଅଫ ଗିଭିଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ଏଡିଏମ୍ ରବିନାରାୟଣ ସାହୁ,ସମ୍ମାନିତ ଅତିଥି ଭାବେ ଅନ୍ତର୍ନିବେଶି ଶିକ୍ଷା ଜିଲ୍ଲା ସଂଯୋଜକ ଅମାତ୍ୟ ପଧାନ,ଯୁବ ସମାଜ ସେବୀ ଡାକ୍ତର ହିମାଂଶୁ ଷଡ଼ଙ୍ଗୀ,ଅବସରପ୍ରାପ୍ତ ବରିଷ୍ଠ ନାଗରିକ କର୍ମଚାରୀ ସଂଘର ଉପ ସଭାପତି,ବରିଷ୍ଠ ନାଗରିକ ଚିରବ୍ରତ ଦତ୍ତ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ।ବିଶିଷ୍ଟ ଶିକ୍ଷାବିତ୍ ଡାକ୍ତର ଅଚ୍ୟୁତ ସାମନ୍ତଙ୍କ ଆର୍ଟ ଅଫ ଗିଭିଙ୍ଗ ଦୀର୍ଘ 12 ବର୍ଷରେ ପଦାର୍ପଣ କରିଥିବା ସହ ବର୍ତ୍ତମାନ ସାରା ବିଶ୍ୱରେ ପାଳନ କରାଯାଉଥିବା ବେଳେ ଦେଶ ତଥା ଦେଶ ବାହାର ଲୋକେ ମଧ୍ୟ ଆଦର ସହ ଗ୍ରହଣ କରିଥିବା ଦେଖିବାକୁ ମିଳିଛି।ଏନେଇ ଆଜିର ଏହି ଅଭିନବ କାର୍ଯ୍ୟକ୍ରମରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ସଫଳତାର ସହ କୃତକାର୍ଯ୍ୟ ହୋଇଥିବା ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ବିଭିନ୍ନ ବର୍ଗର 15 ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଆଶାମୟୀ ସା ,ଲଲିନ୍ଦ୍ର ତନ୍ତୀ, ସୁସ୍ମିତା କୁଜୁର୍,ଦେବାଶିଷ ବାଗ, ଇମାନୁଏଲ୍ ମିଞ୍ଜ,ରାହୁଲ ମୁଣ୍ଡା, ଶ୍ରବଣ ସିଂ,ଉମେଶ ଜୟପୁରିଆ, ସୁରଜ ସୋରେଙ୍ଗ,ଦେବବ୍ରତ ବାଗ ମାନଙ୍କୁ ପାଠ୍ୟ ଉପକରଣ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।ଅଚ୍ୟୁତ ସାମନ୍ତଙ୍କ ଏହି ଅଭିନବ ପ୍ରୟାସ କୁ ସମସ୍ତ ଅତିଥି ମାନେ ଭୂୟସୀ ପ୍ରଶଂସା କରିଥିଲେ।ପୂର୍ବତନ ଜିଲ୍ଲା ଶିକ୍ଷକ ସଂଘ ସଂପାଦକ ତଥା ବରିଷ୍ଠ ନାଗରିକ ଗୋବିନ୍ଦ ଚନ୍ଦ୍ର ସୁଆର ମଞ୍ଚ ପରିଚାଳନା କରିଥିଲେ।ସର୍ବ ପ୍ରଥମେ କଳିଙ୍ଗ ଟିଭି ଜିଲ୍ଲା ପ୍ରତିନିଧି ପପୁ ପ୍ରସାଦ ସିଂ ସମସ୍ତ ଅତିଥିଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ଜଣାଇ ଆର୍ଟ ଅଫ ଗିଭୀଙ୍ଗ (ଦେବାର କଳା)ର ଲକ୍ଷ ଓ ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ନାଗରିକ ସଂଘର କର୍ମକର୍ତ୍ତା ନବୀନ ପଟେଲ, ରାଜ କିଶୋର ମହାରଣା,ଭବାନୀ ଶଙ୍କର ଠାକୁର,ରଘୁବିର ପାଣ୍ଡେ,ଜଗଦୀଶ ସରାଫ,ସୁଷମା ପଟେଲ,ହରିବନ୍ଧୁ ଠାକୁର,ନେତ୍ରମଣି ପଟେଲ ଙ୍କ ସମେତ ଅନ୍ୟ ସମସ୍ତ ଅବସରପ୍ରାପ୍ତ ବରିଷ୍ଠ ନାଗରିକ କର୍ମଚାରୀ ସଂଘର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Next Post