ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ବେଲଗୁଣ୍ଠାର ଐତିହାସିକ ଦ୍ୱିବାର୍ଷିକ ମାଁ ବ୍ରାହ୍ମଣ ଦେବୀ ଯାତ୍ରା ଚାଲିଥିବା ବେଳେ ସହର ଉତ୍ସବମୁଖର ହୋଇଉଠିଛି ।ଯାତ୍ରାକୁ ଆହୁରି ରଙ୍ଗ ଦେଉଛନ୍ତି ବିଭିନ୍ନ ବେଶ ଧାରୀ ମାନେ ।ଏଥି ମଧ୍ୟରୁ ଗଞ୍ଜାମ ଜିଲ୍ଲା ଲୋକକଳା, ସଂସ୍କୃତି ସହିତ ଜଡିତ ମଣିଷ ବାଘ ନୃତ୍ୟ ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଥିଲେ ମଧ୍ୟ ବେଲଗୁଣ୍ଠା ସହରର ବାଘ ବେଶ, ନୃତ୍ୟ ଓ ଚାଙ୍ଗୁ ତାଳ ସମ୍ପୁର୍ଣ୍ଣ ନିଆରା ।ଏହି ବେଶରେ ଚିତ୍ରଶିଳ୍ପୀଙ୍କ ଉତ୍କୃଷ୍ଟ ନିଖୁଣ ତୁଳୀର ସ୍ପର୍ଶ କିଛି ଘଣ୍ଟା ମଧ୍ୟରେ ଜଣେ ମଣିଷକୁ ଏକ ଜୀବନ୍ତ ବାଘ ସଦୃଶ୍ୟ ସୃଷ୍ଟି କରିଦିଏ ।ଏହି ଯାତ୍ରାରେ ଚାଙ୍ଗୁ ର ତାଳେ ତାଳେ ବାଘ ବେଶ ଧାରୀଙ୍କ ନୃତ୍ୟ ଦେଖିଲେ ଦର୍ଶକଙ୍କ ଆଖି ଲାଖିଯାଏ । ବହୁ ମାନସିକ ଧାରୀ ବାଘ ବେଶ ଧରି ମାଁ ବ୍ରାହ୍ମଣ ଦେବୀଙ୍କ ନିକଟରେ ନିଜକୁ ସମର୍ପିତ କରି ରାତି ସାରା ସହରବାସୀ ଆଶିର୍ବାଦ ପାଇଁ ଦ୍ଵାରସ୍ଥ ହେଉଥିବା ଲକ୍ଷ୍ୟ କରାଯାଇଛି ।ବାଘ ବେଶ ଦେଖିବା ପାଇଁ ବେଲଗୁଣ୍ଠା ସହରରେ ଭିଡ଼ ଲାଗି ରହୁଛି । ବେଲଗୁଣ୍ଠାର ଏହି କଳା କାହିଁ କେତେ ବର୍ଷ ତଳୁ ଆରମ୍ଭ ହୋଇଥିଲେ ବି ଆଜି ମଧ୍ୟ ଏହାକୁ ସହରର ବିଭିନ୍ନ କଳାକାର ମାନେ ବଞ୍ଚାଇ ରଖିଛନ୍ତି । ସେହିପରି କୃଷ୍ଣ ବେଶ, ହନୁମାନ,ଚକୁଳିଆ ପଣ୍ଡା,ରାଧ ବେଶ ଧାରୀ କୁନୀ କୁନୀ ପିଲାମାନେ ମାଁ ବ୍ରାହ୍ମଣ ଦେବୀଙ୍କ ଆଶିର୍ବାଦ ଭିକ୍ଷା କରୁଥିବା ଲକ୍ଷ୍ୟ କରାଯାଇଛି ।ସେ ପଟେ ମାଁ ବ୍ରାହ୍ମଣ ଦେବୀଙ୍କ ନଗର ପରିକ୍ରମା ପାଇଁ ବିଭିନ୍ନ ସାହି, ସଙ୍ଗଠନ ତରଫରୁ ଜୋରଦାର ପ୍ରସ୍ତୁତି ଆରଂଭ ହୋଇଯାଇଛି ।
Sign in
Sign in
Recover your password.
A password will be e-mailed to you.
Next Post