ବୁର୍ଲା, ୧୫ ମଇ ୨୦୨୫: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ଼ (ଟିପିଡବ୍ଲ୍ୟୁଓଡିଏଲ୍) ପକ୍ଷରୁ ଅଇଁଠାପାଲି ସ୍ଥିତ ୩୩/୧୧ କେ.ଭି.ପାୱାର୍ ସବଷ୍ଟେସନ୍ (ପିଏସ୍ଏସ୍) ଠାରୁ ସମ୍ବଲପୁର ସହରର ଜ୍ୟୋତି ମାର୍କେଟ ପର୍ଯ୍ୟନ୍ତ୧.୯ସର୍କିଟ କିଲୋମିଟର ଦୂର ବିଶିଷ୍ଟ ଏକ ନୂତନ ୧୧ କେ.ଭି. ଭୂତଳ ବିଦ୍ୟୁତ୍ ଲାଇନ୍ ପ୍ରକଳ୍ପର ସଫଳତାର ସହିତ ସମାପ୍ତି କରାଯିବା ସହ ଗତକାଲି (ତା. ୧୪ ମଇ ୨୦୨୫ ରିଖି) ଦିନ ଏହାକୁ ଆନୁଷ୍ଠାନିକ ଭାବରେ ଚାର୍ଜ କରାଯାଇ କାର୍ଯ୍ୟକ୍ଷମ କରାଯାଇଅଛି । ଏହି ପ୍ରକଳ୍ପ ପାଇଁ କମ୍ପାନୀ ପକ୍ଷରୁ ୧.୨୪ କୋଟି ଟଙ୍କା ଖର୍ଚ୍ଚ କରାଯାଇଅଛି ।
ଏହି ପ୍ରକଳ୍ପର ମୁଖ୍ୟ ଲକ୍ଷ୍ୟ ହେଉଛି ସମ୍ୱଲପୁର ସହର ଅନ୍ତର୍ଗତ ବୁଢାରାଜା, ଫାଟକ୍, ଜ୍ୟୋତି ମାର୍କେଟ, ଦେହୁରିପାଲି, ଶାନ୍ତିନଗର ଏବଂ ମାତୃବିହାର ଭଳି ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟିକ କ୍ଷେତ୍ରଗୁଡ଼ିକୁ ନିରବଚ୍ଛିନ୍ନ ଏବଂ ନିର୍ଭରଯୋଗ୍ୟ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବା । ଯାହା ଦ୍ୱାରା ଏହି ଅଞ୍ଚଳ ଗୁଡ଼ିକରେ ୫ ହଜାରରୁ ଅଧିକ ବ୍ୟବସାୟୀକ ତଥା ଘରୋଇ ଗ୍ରାହକ ଉପକୃତ ହୋଇପାରିବେ।
ପୂର୍ବରୁ, ଏହି ଅଞ୍ଚଳଗୁଡ଼ିକ ବାରମ୍ବାର ବିଦ୍ୟୁତ୍ ବିଭ୍ରାଟର ସମ୍ମୁଖୀନ ହେଉଥିଲା । ବିଶେଷକରି କାଳବୈଶାଖୀ ତଥା ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହି ଅଞ୍ଚଳର ବିଦ୍ୟମାନ ଓଭରହେଡ୍୧୧ କେ.ଭି.ଫାଟକ୍ ଫିଡରରେ ଅନେକ କ୍ଷୟକ୍ଷତି ଘଟୁଥିଲା । ଫଳରେ ଉକ୍ତ ଅଞ୍ଚଳମାନଙ୍କରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହେଉଥିଲା । ତେବେ ଏହି ନୂତନ ଭୂତଳ କେବୁଲ ବିଦ୍ୟମାନ ୧୧ କେ.ଭି.ଫାଟକ୍ ଓଭରହେଡ୍ ଫିଡର୍ ଲାଇନର ଏକ ବିକଳ୍ପ ଭାବରେ କାର୍ଯ୍ୟ କରିବ, ଯାହା ଫିଡର୍ ଲାଇନରେ କ୍ଷଣସ୍ଥାୟୀ ତ୍ରୁଟି ତଥା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିଦ୍ୟୁତ୍ ସେବା ବ୍ୟାଘାତକୁ ହ୍ରାସ କରିବା ସବ ବିଦ୍ୟୁତ୍ ଯୋଗାଣର ଗୁଣବତ୍ତା ଏବଂ ନିର୍ଭରଯୋଗ୍ୟତାକୁ ଉନ୍ନତ କରିବ । ସେହିପରି ଏହି ପ୍ରକଳ୍ପ ସମ୍ବଲପୁର ଟାଉନର ଏକ ପ୍ରମୁଖ ଉତ୍ସବ ଶୀତଳ ଷଷ୍ଠୀ ପରି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇ ଦେବାରେ ସମର୍ଥନ କରିବ ବୋଲି ମଧ୍ୟ ଆଶା କରାଯାଉଛି।
ଉଲ୍ଲେଖଯୋଗ୍ୟ ଯେ, ଟିପିଡବ୍ଲ୍ୟୁଓଡିଏଲ ତଳ କେବୁଲିଂ ଭଳି ନିର୍ଭରଯୋଗ୍ୟ ଏବଂ ସ୍ଥାୟୀ ସମାଧାନ ଗ୍ରହଣ କରି ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍ ଭିତ୍ତିଭୂମିକୁ ଆଧୁନିକୀକରଣ କରିବା ପାଇଁ ପ୍ରତିବଦ୍ଧ।
Sign in
Sign in
Recover your password.
A password will be e-mailed to you.