ବିଭିନ୍ନ ସ୍ଥାନରେ ଧାନ ମଣ୍ଡି ଶୁଭାରମ୍ଭ

4

ବିଜେପୁର :-ବରଗଡ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ନିର୍ଧାରିତ ତାରିଖ ଅନୁଯାୟୀ ଆଜି ଜିଲ୍ଲାର ସମସ୍ତ ମଣ୍ଡିରେ ଧାନ କିଣା ଆରମ୍ଭ ହୋଇଛି l ଏହି କ୍ରମରେ ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ସମବାୟ ସମିତିର ଧାନ କ୍ରୟ କେନ୍ଦ୍ର ଗୁଡ଼ିକ ବୁଧବାର ଦିନ ଶୁଭାରମ୍ଭ ହୋଇଯାଇଛି l କେଉଁଟିପାଲି ଓ ଅଡ଼ା ଠାରେ ସ୍ଥାନୀୟ ବିଧାୟକ ସନତ କୁମାର ଗଡ଼ତିଆ ଆରଏମସି ସେକେରେଟାରୀ ରବିନାରାୟଣ ପଣ୍ଡା ଏସିଏସଓ ସନ୍ତୋଷ କୁମାର ପଧାନ, ଆଡିଶନାଲ ତହସିଲଦାର ଜ୍ୟୋତିପ୍ରକାଶ ଭୋଇ ସମ୍ପାଦକ ନିର୍ମଳ ଜେନା ପ୍ରମୁଖ ଉପସ୍ଥିତ ରହି ଏହାକୁ ଉଦଘାଟନ କରିଥିଲେ l ତାଳପଦର ଗ୍ରାମ ପଞ୍ଚାୟତର ଧାନ କ୍ରୟ ପାଇଁ ସ୍ବୀକୃତି ମିଳିଥିବା ମା ରାମଚଣ୍ଡୀ ସ୍ଵୟଂ ସହାୟକ ଗୋଷ୍ଠୀ ତାଳପଦର ଧାନ କ୍ରୟ କେନ୍ଦ୍ରରେ ଜ଼ିଲ୍ଲା ପରିଷଦ ସୁଶାନ୍ତ ଗଡ଼ତିଆ, ସମିତି ସଭ୍ୟା ସଞ୍ଜୁ ପଧାନ, ନୋଡାଲ ଅଫିସର ଅଶ୍ବିନୀ ସାହୁ ପ୍ରମୁଖ ଉପସ୍ଥିତ ରହି ରହି ଏହାକୁ ଉଦଘାଟନ କରିଥିଲେ। ଏହି ଅବସରରେ ରାମଚଣ୍ଡୀ ସ୍ଵୟଂ ସହାୟକ ଗୋଷ୍ଠୀ ସଭାପତି ଚିନ୍ମୟୀ ପୁରୋହିତ ସମ୍ପାଦକ ସୁଶ୍ରୀ ଶୁଚିସ୍ମିତା ସାହୁ କୋଷାଧକ୍ଷ ଲିପି ମହାପାତ୍ର ଚାଷୀ କଲ୍ୟାଣ ମିଶ୍ର ଙ୍କୁ ଉପଢୌକନ ଦେଇ ସ୍ୱାଗତ କରିଥିଲେ l

Leave A Reply

Your email address will not be published.