ବିଦ୍ୟାଳୟ ର ସୁବର୍ଣ୍ଣ ଜୟନ୍ତୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ।

4

 ବାସୁଦେବପୁର – ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ଶୁଗୋ ପଞ୍ଚାୟତ ରେ ସୂଗୋ ନୋଡାଲ ଉଚ୍ଚ ବିଦ୍ୟାଳୟ ର ସୁବର୍ଣ୍ଣ ଜୟନ୍ତୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ବିଦ୍ୟାଳୟ ପରିସର ରେ ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକ ରେ ପୁରାତନ ଛାତ୍ର ତଥା ପୂର୍ବତନ ବିଧାୟକ ଧାମନଗର ମୁକ୍ତି କାନ୍ତ ମଣ୍ଡଳ, ପ୍ରଫୁଲ୍ଲ କୁମାର ରାୟ, ବସନ୍ତ କୁମାର ନାୟକ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଦେବେନ୍ଦ୍ର ବାରିକ୍, ନିର୍ମଳ ମଣ୍ଡଳ, ଖଗେଶ୍ବର ବାରିକ୍, ବିଜୟ ନାୟକ, ବସନ୍ତ ସାହୁ, ମୃତ୍ୟୁଞ୍ଜୟ ମଣ୍ଡଳ, ରାଜା କୁମାର ନାୟକ, ସମିତି ସଭ୍ୟ କୈଳାଶ ଜେନା, ଚକ୍ରଧର ବେହେରା , ବିଜୟ ଘଡେ଼ଇ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସର ରେ ବିଦ୍ୟାଳୟ ପରିସର ରେ  ସ୍ବର୍ଗତ ରବୀନ୍ଦ୍ର ରାୟ, ସ୍ଵର୍ଗତ ଭାଗିରଥି ଜେନା, ସ୍ଵର୍ଗତ କରୁଣାକର ନାୟକ, ସ୍ଵର୍ଗତ  ଭଗବାନ ଚରଣ ଦାସ ଙ୍କ ପ୍ରତି ମୂର୍ତ୍ତି ସ୍ଥାପନ ଲାଗି ଆଲୋଚନା ହୋଇଛି। ଶାନ୍ତି ଶୃଙ୍ଖଳା ର ସହ ସମସ୍ତ ଙ୍କ ସହଯୋଗ ରେ ସମସ୍ତ କାର୍ଯ୍ୟ କେମିତି ସମ୍ପାଦନ ହୋଇ ପାରିବ ସେ ବିଷୟ ରେ ଆଲୋଚନା ହୋଇ ଯାଇଛି।

Leave A Reply

Your email address will not be published.