ତିନି ମହିଳାଙ୍କୁ ଅସଦାଚରଣ କରି ଅଭିଯୁକ୍ତ ଜେଲ୍ ଗଲେ

4

ଖପ୍ରାଖୋଲ ତା ୧୩/୫ (ହେମସାଗର ସାହୁ)ବଲାଙ୍ଗିର ଜିଲ୍ଲା ଲାଠୋର ଥାନା ସଦର ଗ୍ରାମ ହସ୍ପିଟାଲ ପଡ଼ାରେ ରବିବାର ରାତି ୩ ମହିଳାଙ୍କୁ ରାଜକୁମାର ରାଓ(୫୫) ନାମକ ଜଣେ ବ୍ୟକ୍ତି ଟଣା ଓଟରା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା l ଅଭିଯୋଗ କୁ ଭିତ୍ତି କରି ଥାନା ଅଧିକାରୀ ତଦନ୍ତ ଆରମ୍ଭ କରିଥିଲେ l ସୂଚନା ଅନୁସାରେ ସଂପୃକ୍ତ ବ୍ୟକ୍ତି ରବିବାର ରାତି ନିଜ ପଡିଶା ଘର ଦୁଇ ମହିଳାଙ୍କ ଘରକୁ ଯାଇ ତାଙ୍କୁ ଟଣା ଓଟରା କରିବା ସହ ଟିଟିଲାଗଡ ରୁ ନିଜ ସମ୍ପର୍କୀୟ ଘରକୁ ଆସୁଥିବା ଆଉ ଏକ ମହିଳାଙ୍କୁ ରାସ୍ତାରେ ଟଣା ଓଟରା କରିଥିଲେ l ଘଟଣା କୁ ଦେଖି ଲୋକ ପାଟି ତୁଣ୍ଡ କରିବାରୁ ସେ ସେଠାରୁ ଚାଲି ଯାଇଥିଲେ l ପରେ ମହିଳା ମାନଙ୍କ ସମ୍ପର୍କୀୟ ମାନେ ଆସି ପାଟି ତୁଣ୍ଡ କରି ଥାନାକୁ ଯାଇ ଅଭିଯୋଗ କରିଥିଲେ l ଅଭିଯୋଗ ପାଇଲା ପରେ ପୋଲିସ ଉକ୍ତ ବ୍ୟକ୍ତି ଙ୍କୁ ଥାନାକୁ ନେଇ ଅଟକ ରଖି ପଚରା ଉଚରା କରିଥିଲା l ସୋମବାର ସକାଳୁ ପୀଡ଼ିତ ମହିଳା ମାନଙ୍କୁ ଡାକି ସମସ୍ତ ଘଟଣା ବୁଝିଲା ପରେ ଡାକ୍ତରୀ ମାଇନା ପାଇଁ ପଠା ଯାଇଥିଲା l ଡାକ୍ତରୀ ମାଇନା ପରେ ଅଭିଯୁକ୍ତ ଙ୍କ ବିରୁଦ୍ଧରେ ଲାଠୋର ଥାନା କେସ ନଂ ୭୫/୨୫ ରେ ଭାରତୀୟ ନ୍ୟାୟ ସଂହିତା ଧାରା ୧୨୬(୨)/୭୪/୭୮ ରେ ଏକ ମାମଲା ରୁଜୁ କରି ପାଟଣାଗଡ କୋର୍ଟ ଚାଲାଣ କରିଥିବା ନେଇ ଥାନା ଅଧିକାରୀ ରାକେଶ ବେହେରା ସୂଚନା ଦେଇଛନ୍ତି l

Leave A Reply

Your email address will not be published.