ବିଜେପୁର :-ବିଜେପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଲଲାଟ ଲୁହା, ପଦ୍ମପୁର ଉପଜିଲ୍ଲାପାଳ ଅରୁଗୁଲା ସ୍ନେହା ଓ ଅତିରିକ୍ତ ଜିଲ୍ଲାପାଳ କୁଣାଲ ମୋତିରାମ ଚୌହାନ, ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ବିଭୂତି ଭୂଷଣ ଭୋଇ, ଅବକାରୀ ଅଧୀକ୍ଷକ ସୁବର୍ଣ୍ଣ ନାୟକ, ଗୋଷ୍ଟି ଉନ୍ନୟନ ଅଧିକାରୀ ସରୋଜ ବିଶ୍ୱାଳ ଆଡିଶନାଲ ତହସିଲଦାର ଜ୍ୟୋତିପ୍ରକାଶ ଭୋଇ,ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ
ଅଭିଯୋଗ ଶୁଣିଥିଲେ l ଏଥିରେ ଜଳସେଚନ, ବିଦ୍ୟୁତ୍ ଯୋଗାଣ, ପାନୀୟ ଜଳଯୋଗାଣ, ରାସନ କାର୍ଡ, ବାର୍ଦ୍ଧକ୍ୟ ଏବଂ ବିକଳାଙ୍ଗ ଭତ୍ତା, ରାସ୍ତା ନିର୍ମାଣ,କୃଷି, ଟୋକାନ ସମସ୍ୟା ଆଦି ସମସ୍ୟା ଆଧାରିତ ସମୁଦାୟ ୧୨୫ଟି ଅଭିଯୋଗ ମଧ୍ୟରୁ ୧୦୪ଟି ବ୍ୟକ୍ତିଗତ, ୨୧ଟି ସାମୂହିକ ଏବଂ ଅଭିଯୋଗର ଶୁଣାଣି କରି ସମସ୍ତ ସମସ୍ୟା ତୁରନ୍ତ ସମାଧାନ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ l ଶିବିରରେ ଜିଲ୍ଲା ତଥା ବ୍ଲକ୍ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.