ପ୍ରଗତି ମହିଳା ସଙ୍ଗଠନର ପଞ୍ଚମ ବାର୍ଷିକ ଉତ୍ସବ ଓ ବିଶ୍ବ ମାତୃ ଦିବସ ପାଳନ

4

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ୟୁ ଟେକ୍ କମ୍ପ୍ୟୁଟର ଏଡୁକେସନ୍ ସେଣ୍ଟର ଠାରେ ପ୍ରଗତି ମହିଳା ସଙ୍ଗଠନ ତାର ପଞ୍ଚମ ବାର୍ଷିକୀ ମହୋତ୍ସବ ଓ ବିଶ୍ବ ମାତୃ ଦିବସ ପାଳନ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପ୍ରଫେସର୍ ଅନିତା ପାତ୍ର , ରେଜିଷ୍ଟର୍ ସେଞ୍ଚୁରୀୟନ୍ ବିଶ୍ଵବିଦ୍ୟାଳୟ , ମୁଖ୍ୟ ବକ୍ତା ସୁରେଶ କୁମାର ସାହୁକାର , ସମ୍ମାନିତ ଅତିଥି ରଞ୍ଜିତା ତ୍ରିପାଠୀ ଅନୁଷ୍ଠାନର ସଭାନେତ୍ରୀ କଳ୍ପନା ପଟ୍ଟନାୟକ , ସମ୍ପାଦିକା ତନୁଜା ଶତପଥୀ , ଉପ ସଭାପତି ଲୋକନାଥ ମିଶ୍ର ମଞ୍ଚ ମଣ୍ଡନ କରିଥିବାବେଳେ ପ୍ରାକ୍ତନ ସଦସ୍ୟ ଓଡ଼ିଶା ସାହିତ୍ୟ ଏକାଡେମୀ ବିଚିତ୍ରାନନ୍ଦ ବେବର୍ତ୍ତା ସମଗ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।
ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଶଶୀ ରେଖା ମିଶ୍ର , ରତ୍ନମାଳା ପଟ୍ଟନାୟକ , ରଞ୍ଜିତା ତ୍ରିପାଠୀ , ରମା ସ୍ୱାଇଁ , ଓ ରେଣୁ ବାଳା ବେହେରାଙ୍କୁ ୨୦୨୫ ବର୍ଷର ଶ୍ରେଷ୍ଠ ମା’ ଭାବେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ମା ହେଉଛନ୍ତି ଜୀବନ୍ତ ଭଗବାନ ତାଙ୍କର ବିକଳ୍ପ ନାହିଁ ତେଣୁ ସେଇ ମାଙ୍କୁ ପୂଜ୍ୟ ପୂଜା ଆସନରେ ଅଧିଷ୍ଠିତ କରାଯିବ ପ୍ରତ୍ୟେକ ସନ୍ତାନର ପବିତ୍ର କର୍ତ୍ତବ୍ୟ ବୋଲି ବକ୍ତା ମାନେ କହିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଶୁଭଶ୍ରୀ ଭୁକ୍ତା ସ୍ଵାଗତ ସମ୍ଭାଷଣ ଦେଇଥିବା ବେଳେ ପାୟଲ ପାତ୍ର ପରିଚୟ ପ୍ରଦାନ କରିଥିଲେ।
ଦ୍ଵିତୀୟ ପର୍ଯ୍ୟାୟରେ ତ୍ରିପତି ପ୍ରସାଦ ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଶିଷ୍ଟ ସାରସ୍ଵତ ସାଧକ ପଣ୍ଡିତ ନରସିଂହ ଗୌଡ ଙ୍କୁ ଏକ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ରେଭେନ୍ସା ବିଶ୍ଵ ବିଦ୍ୟାଳୟ (କଟକ) ଦ୍ଵାରା ପ୍ରାପ୍ୟ ଡକ୍ଟରେଟ ଉପାଧି ଲାଭ କରିଥିବା ନରସିଂହ ଗୌଡଙ୍କୁ ପ୍ରଗତି ମହିଳା ସଂଗଠନ ତରଫରୁ ଉପଢୌକନ ଏବଂ ମେମଣ୍ଟ ପ୍ରଦାନ କରାଯାଇଥିଲା। ଇତିଶ୍ରୀ ମହାପାତ୍ର , ଏମ୍ ଆପନା , ମୋନୋଜ ପଟ୍ଟନାୟକ , ଲିଙ୍ଗରାଜ , ଶରତ , ପ୍ରଫୁଲ୍ଲ , ମାନସୀ , ମୁରଲୀ , ଭାଗବତ , ଅଞ୍ଜନା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି ଅବସରରେ ମାଆ ଙ୍କ ସମ୍ପର୍କରେ ପ୍ରାଥମିକ ଶ୍ରେଣୀ ଠାରୁ କଲେଜ ଶ୍ରେଣୀ ର ତିନି ବର୍ଗ ଛାତ୍ର/ଛାତ୍ରୀ ଙ୍କ ମଧ୍ୟରେ ତର୍କ ପ୍ରତିଯୋଗିତା ହୋଇଥିଲା। ଶେଷରେ ରାଜେଶ୍ଵରୀ ସ୍ୱାଇଁ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.