ପୁରୀ (ଅନିମେଶପଟ୍ଟନାୟକ); ବୈଶାଖ ମାସ ପବିତ୍ର ନୃସିଂହ ଚତୁର୍ଦ୍ଦଶୀ ଅବସରରେ ବଡଦାଣ୍ଡ ସ୍ଥିତ ବଳଗଣ୍ଡି ମା ମାଉସୀମାଙ୍କ ମନ୍ଦିର ସମ୍ମୁଖରେ ପଞ୍ଚକ ମହୋତ୍ସବ କମିଟି ପକ୍ଷରୁ ସୁନ୍ଦରାକାଣ୍ଡ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ପୁରୀ ମଙ୍ଗଳାଘାଟ ସ୍ଥିତ ଜଗନ୍ନାଥ ସେବା ସଂସ୍ଥାନର ବ୍ଯାସ ରାଜେଶ ମହାପାତ୍ର ମା ମାଉସୀମାଙ୍କ ସମ୍ପର୍କରେ ଭକ୍ତିପୂର୍ଣ୍ଣ ଭାବରେ ସୁନ୍ଦରାକାଣ୍ଡ ପାଠ କରିଥିଲେ । ଦେବାଶିଷ ଦାଶ, ଚନ୍ଦ୍ରଶେଖର ମହାପାତ୍ର, ସୂର୍ଯ୍ୟ ନାରାୟଣ ଆଚାର୍ଯ୍ଯ, ଅଂଶୁମାନ ତ୍ରିପାଠୀ,ଅର୍ଚ୍ଚନା ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ । ଜୟ ଶ୍ରୀରାମ, ଜୟ ଶ୍ରୀରାମ, ଜୟ ହନୁମାନ ଜୟ ହନୁମାନ ଧ୍ବନିରେ ପ୍ରକମ୍ପିତ ହୋଇଥିଲା ବଡଦାଣ୍ଡ । ନୟାଗଡ ନବଘନପୁର ଘନଶ୍ୟାମ ବେହେରାଙ୍କ ହନୁମାନ ବେଶଧାରୀ ନୃତ୍ଯ ଦେଖି ମନ୍ତ୍ରମୁଗ୍ଧ ହୋଇଥିଲେ ପର୍ଯ୍ୟଟକ, ତୀର୍ଥଯାତ୍ରୀ,ଶ୍ରଦ୍ଧାଳୁଙ୍କ ସମେତ ଆଖପାଖ ଅଞ୍ଚଳର ଶତାଧିକ ଦର୍ଶକ ଓ ମହାବୀରଙ୍କ କଥା ଓ ପାଠ ଭାବଭକ୍ତି ସହ ଆଧ୍ୟାତ୍ମିକ କାର୍ଯ୍ଯକ୍ରମ ଶ୍ରବଣ କରିଥିଲେ । ମହୋତ୍ସବ କମିଟିର ସଭାପତି ଜଗନ୍ନାଥ ଦାସ ମହାପାତ୍ର, କାର୍ଯ୍ଯକାରୀ ସଭାପତି ବୀରେନ୍ଦ୍ର କୁମାର ଶାସ୍ତ୍ରୀ,ମହୋତ୍ସବ କମିଟିର ଉପାଧ୍ୟକ୍ଷ ଚକ୍ରଧର ମହାପାତ୍ର,ମହୋତ୍ସବ କମିଟିର ସାଧାରଣ ସମ୍ପାଦକ ରାମଚନ୍ଦ୍ର ଦୋରା, କମିଟିର ସମ୍ପାଦକ ମଧୁସୂଦନ ମିଶ୍ର, ସାଂସ୍କୃତିକ କମିଟ ଅଧ୍ୟକ୍ଷ ବିଶ୍ବନାଥ ମିଶ୍ର, ସଂଯୋଜକ ସତ୍ଯ ନାରାୟଣ ଦାଶ, ଜ୍ୟୋତିପ୍ରକାଶ ଜେନା, ତ୍ରିଲୋଚନ ରଥ, ରଘୁନାଥ ମହାନ୍ତି,ଗୋପୀନାଥ ମହାନ୍ତି,ଚିତ୍ତରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିବାବେଳେ ଗୋପୀନାଥ ମହାନ୍ତି ପରିଚାଳନା କରିଥିଲେ । ବିଶ୍ବନାଥ ଜଗଦେବ, ବିଜୟକୃଷ୍ଣ ଦାସଙ୍କ ସମେତ ସମସ୍ତ ସଦସ୍ଯ ମାନେ ଆଧ୍ୟାତ୍ମିକ କାର୍ଯ୍ଯକ୍ରମରେ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post