ବନ୍ଧ ଛକ କାଳୀପୂଜା କମିଟି ତରଫରୁ ଶୁଭ ଖୁଣ୍ଟି ସ୍ଥାପନ

8

ଜି.ଉଦୟଗିରି,୨୨/୧୦(ଅବନୀ କୁମାର ପ୍ରଧାନ )କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ବନ୍ଧ ଛକ କାଳୀ ପୂଜା କମିଟି ତରଫରୁ ଚଳିତ ବର୍ଷ ଦୀପାବଳି ଉତ୍ସବ ପାଳନ ନିମନ୍ତେ ଶ୍ୟାମାକାଳୀ ଙ୍କ ଅସ୍ଥାୟୀ ପୂଜା ମଣ୍ଡପରେ ଗୁରୁବାର ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି।ଆସନ୍ତା ନଭେମ୍ବର ୮ ତାରିଖରେ ଦୀପାବଳି ଉତ୍ସବ ବା କାଳୀ ପୂଜା କୁ ଦୃଷ୍ଟିରେ ରଖି କମିଟି ସଭାପତି ବିଷ୍ନୁ ପ୍ରସାଦ ସାହୁଙ୍କ ନେତୃତ୍ୱ ରେ ଅନୁଷ୍ଠିତ ମାଁ ଶ୍ୟାମାକାଳୀ ଙ୍କ ଉତ୍ସବ ନିମନ୍ତେ ରୀତିନୀତି ଅନୁସାରେ ନିର୍ଦ୍ଧାରିତ ଶୁଭ ସମୟରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି |କାର୍ଯ୍ୟକ୍ରମ ରେ କର୍ତ୍ତା ଭାବେ ପ୍ରତାପ କୁମାର ପଣ୍ଡା ଓ ସହକର୍ତ୍ତା ଭାବେ ପ୍ରଶ୍ନ କୁମାର ସାହୁ ପୂଜା ଦାୟିତ୍ୱ ନିର୍ବାହ କରିଥିଲେ |ଏହି ଅବସରରେ କମିଟି ସମ୍ପାଦକ କାର୍ତିକ ପାଢ଼ୀ,ସତ୍ୟନାରାୟଣ ଗୌଡ଼, ଶିବରାମ ସାହୁ,କୋଷାଧ୍ୟକ୍ଷ ମାନସ ରଞ୍ଜନ ଦାସ,ନୂତନ ପଟ୍ଟନାୟକ,ବାଳକୃଷ୍ଣ ବେହେରା ଉପସ୍ଥିତ ଥିବା ବେଳେ ରବୀନ ପାଢ଼ୀ,ଦିବାକର ସାହୁ, ଶ୍ରୀ ନାରାୟଣ ପାତ୍ର,ପ୍ରତାପ ସାହୁ, ଅଜିତ ସୁବୁଦ୍ଧି, ତୁଷାର ସାଠୁଆ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ। ଶାସ୍ତ୍ରୀୟ ରୀତିନୀତି ଅନୁସାରେ ମାଁ ଙ୍କ ଆବାହନ କାର୍ଯ୍ୟକ୍ରମ ରୁ ଆରମ୍ଭ ହୋଇ ୫ ଦିନ ପର୍ଯ୍ୟନ୍ତ ମଣ୍ଡପରେ ମାଁ ଶ୍ୟାମାକାଳୀ ଙ୍କ ପୂଜାର୍ଚ୍ଚନା କରାଯିବ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନେଇ କମିଟି ସଭାପତି ଙ୍କ ଠାରୁ ସୂଚନା ମିଳିଛି। ମାଁ ଶ୍ୟାମାକାଳୀଙ୍କ ପୂଜା ଆରମ୍ଭ ଠାରୁ ଶେଷ ହେବା ପର୍ଯ୍ୟନ୍ତ ସମସ୍ତ କମିଟି ସଦସ୍ୟ ଓ ନଗର ବାସିନ୍ଦାଙ୍କ ସହଯୋଗ ନିମନ୍ତେ କମିଟି ସଭାପତି ଅନୁରୋଧ କରିଥିଲେ।

Leave A Reply

Your email address will not be published.