ବେକରେ ଓଢଣୀ ଦେଇ ନାବାଳିକା ର ଆତ୍ମହତ୍ୟା

4

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୧୧/୦୫/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳ ରେ ଜଣେ ନାବାଳିକା ଗତକାଲି ଶନିବାର ବେକରେ ଓଢଣୀ ଦେଇ ଆତ୍ମହତ୍ୟା କରିଛନ୍ତି । ଏ ନେଇ ମୃତ ନାବାଳିକା ର ବାପା ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଶବ ଜବତ କରି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି। ସୂଚନା ଅନୁଯାଇ ଗତ କାଲି ୧୦ ତାରିଖ ଦିନ ସକାଳ ୭ ଘଣ୍ଟ ସମୟରେ ଡାବୁଗାଁ ଥାନା ଅଞ୍ଚଳ ର ଜଣେ ୧୮ ବର୍ଷୀୟା ନାବାଳିକା ମାନସିକ ଭାରସାମ୍ୟ ହରାଇ ନିଜ ଘର ମଧ୍ୟରେ ଏକ ଦୁଲମ୍ ରେ ବେକରେ ଓଢଣୀ ଦେଇ ଆତ୍ମହତ୍ୟା କରିଥିଲେ। ସକାଳ ୭ ଘଣ୍ଟ ସମୟରେ ମୃତ ନାବାଳିକା ର ଜେଜେମା ନାବାଳିକା ର ଶୋଇବା ରୁମ୍ ରେ ଯାଇ ଦେଖିବା ବେଳକୁ ନାତୁଣୀ ବେକରେ ଓଢ଼ଣି ଦେଇ ଆତ୍ମହତ୍ୟା କରିଥିବା ଦେଖିଥିଲେ। ତୁରନ୍ତ ପରିବାର ଲୋକେ ନାବାଳିକା ଝିଅ କୁ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ସେଠାରେ ନାବାଳିକା କୁ ମୃତ୍ୟୁ ଘୋଷଣା କରିଥିଲେ। ଏ ନେଇ ମୃତକ ଙ୍କ ବାପା ଗତକାଲି ଡାବୁଗାଁ ଥାନାରେ ଏତଲା ଦେବାପରେ ପୁଲିସ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ନାବାଳିକା ର ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଏହା ଏକ ପ୍ରେମ ଜନିତ ଘଟଣାରୁ ଘଟିଥିବା ଅନୁମାନ କରାଯାଉଛି।

Leave A Reply

Your email address will not be published.